ହୋଲି ପାଇଁ କଟକଣା ଜାରି କଲେ ନାଲକୋ ପ୍ରଶାସନ 

ହୋଲି ପାଇଁ କଟକଣା ଜାରି କଲେ ନାଲକୋ ପ୍ରଶାସନ 

 

ଜେ ବି ଏନ, (ରିପୋର୍ଟ, ଚୈତନ୍ୟ ସାହୁ), ୨୭.୦୩.୨୦୨୧, ଅନୁଗୋଳ: ଅନୁଗୋଳ ଜିଲ୍ଲା ରାଜ୍ୟରେ କରୋନା ପୁଣି ଉପରକୁ ଉଠିଛି । ଆଗକୁ ପର୍ବପର୍ବାଣି ଥିବା ସମୟରେ ଜନଗହଳି ମଧ୍ୟ ବଢିପାରେ । ଫଳରେ ସଂକ୍ରମଣ ତାର କାୟା ବିସ୍ତାର କରିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପାଳନ ହେବାକୁ ଥିବା ହୋଲିରେ କଟକଣା ଲଗାଇଛି।ନାଲକୋ ପ୍ରଶାସନ । ନାଲକୋ ଟାଉନସିପି କଲୋନୀ ପାଇଁ ଏହି କଟକଣା ଲଗାଯାଇଛି । ଏଥର ହୋଲି ଅବସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନାଲକୋ ପ୍ରଶାସନ ତରଫରୁ ସୂଚନା ମିଳିଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରହି ହୋଲି ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି। ସର୍ବ ସାଧାରଣ ଜାଗାରେ ହୋଲି ନ ଖେଳିବାକୁ ଲୋକଙ୍କୁ ଅନୁରୋଧ ମଧ୍ୟ କରାଯାଇଛି। ଏହା ସହ ସମସ୍ତ ନିୟମ ନ ମାନିଲେ କାର୍ଯ୍ୟନୁଷ୍ଠାନର ସମ୍ମୁଖିନ ହେବେ ବୋଲି ଡ଼ାକବାଜି ଯନ୍ତ୍ର ଦ୍ଵାରା ବୁଲି ବୁଲି ସଚେତନ କରାଯାଇଥିବା ଦ୍ଵଖିବାକୁ ମିଳିଛି।

Recent Post

Live Cricket Update