ଜରପଡା ଛକ ନିକଟରେ ଆଇଚର ପିକଅପ୍ ଧକ୍କା, ଡ୍ରାଇଭର଼୍ ଗୁରୁତ୍ତର
ଜେ ବି ଏନ, ୨୮/୦୩ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ସବୁଠାରୁ ବଡ଼ ଖବର.. ପୁଣି ଅନୁଗୋଳ ଜିଲ୍ଲା ଜରପଡା ଥାନା ପାଖରେ ଥିବା ଜରପଡା ବଜାର ଉପରେ ଆଇଚର ସହ ପିକଅପ ଗାଡି ଧକ୍କା l ପିକଅପ ଗାଡି ଭିତରେ ଡ୍ରାଇଭର ଚାପି ହୋଇ ଯାଇଥିଲେ କିନ୍ତୁ ସ୍ଥାନୀୟ ବାସିନ୍ଦା ସହଯୋଗ ରେ ପିକଅପ ଡ୍ରାଇଭର କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟ ରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛନ୍ତି l ଆଇଚର ଗାଡି ଟି ସମ୍ବଲପୁର ଆଡୁ ଅନୁଗୋଳ ଆଡକୁ ଏକ ଖରାପ ଆଇଚର କୁ ଟାଣି ଟାଣି ନେଉ ଥିବା ସମୟ ରେ ଅନୁଗୋଳ ରୁ ଦ୍ରୁତ ଗତି ରେ ଯାଉଥିବା ପିକଅପ ଗାଡି (OD -05Aw-4393)ଆଇଚର କୁ ଜରପଡା ବଜାର ଉପରେ ଧକ୍କା ଦେଇ ଥିଲା l