ମହୁମାଛି ଆକ୍ରମଣରେ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ 

ମହୁମାଛି ଆକ୍ରମଣରେ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ 

 

ଲକ୍ଷଘର ହରିଜନ ଗଣ୍ତା ସମାଜରେ ଶୋକ

 

 

ଜେ ବି ଏନ, ୨୮/୦୩ /୨୦୨୧, (ରିପୋର୍ଟ, ବିନୋଦ କୁମାର ନାୟକ), ଅମ୍ବାଭୋନା : ବରଗଡ ଜିଲ୍ଲା ଭଟଲି କେନ୍ଦୁ ପତ୍ର ବନ ସଂରକ୍ଷଣ କାର୍ଯ୍ଯଳୟ ଅଧିନସ୍ଥ ସୁଳସୁଲିଆ କେନ୍ଦୁପତ୍ର ଡିପୋ ଖଲିଆପାଲି ଠାରେ ମହୁ ମାଛି ଆକ୍ରମଣରେ ଅମ୍ବାଭୋନା ବ୍ଳକର ଜରୀମୂଲି ଗ୍ରାମର କେନ୍ଦୁପତ୍ର କର୍ମଚାରୀ ନୀଲାମ୍ବର ସୁନା (୫୮) ଙ୍କର ମୃତ୍ଯୁ ହୋଇଯାଇଛି । ସୂଚନା ଯୋଗ୍ୟ ଯେ ଗତ କାଲି ଶନିବାର ଦିନ କେନ୍ଦୁପତ୍ର ଡିପୋ ଠାରେ କାମ କରୁଥିବା ବେଳେ ହଠାତ ପାଖରେ ଗଛ ରୁ ମହୁଫେଣାରୁ ମହୁମାଛି ଆସି ଆକ୍ରମଣ କରିବାରୁ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଓ ବନକର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ କେନ୍ଦୁପତ୍ର ବାଇଣ୍ତିଂ ଚେକର ଭାବେ କାମକରି ପରିବାର ଭରଣପୋଷଣ କରୁଥିଲେ । ତାଙ୍କ ପଛରେ ପତ୍ନୀ କ୍ଷିରବତୀ ସୁନା,ତିନୋଟି ପୁଅ ରୋହିତ ସୁନା,ଚିତ୍ତରଂଜନ ସୁନା,ମୁନା ସୁନା,ଗୋଟିଏ ଝିଅକୁ ଛାଡି ଚାଲି ଯାଇଛନ୍ତି । ସେ ଅମ୍ବାଭୋନା ବ୍ଳକ ର ୪୨ମୌଜା ୭ଟି ପଞ୍ଚାୟତ ର ଲକ୍ଷ ଘର ହରିଜନ ଗଣ୍ତା ସମାଜ ସଭାପତି ଭାବେ ଦାୟିତ୍ୱ ତୁଲାଇ ସମାଜିକ କାମ କରି ଆସୁଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଲକ୍ଷ ଘର ହରିଜନ ଗଣ୍ତା ସମାଜ ର ଉପସଭାପତି ରଞ୍ଜନ ତାଜେନ,ସଂପାଦକ ଦୁର୍ଯ୍ୟୋଧନ ସାଏତ,ସହ ସଂପାଦକ ଲକ୍ଷ୍ମୀ କାନ୍ତ ବୁଡା,କୈଲାଶ ତାଜେନ ପ୍ରମୁଖ ବାସ ଭବନ ପହଞ୍ଚି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସଂଗେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ତାଙ୍କର ବଡ ପୁଅ ରୋହିତ ସୁନା ମୁଖାଗ୍ନି ଦେଇଥିଲେ ।

Recent Post

Live Cricket Update