ମାରୁହାଡ଼ି ଯୁବମୋର୍ଚ୍ଚା ତରଫରୁ ହୋଲିକା ଦହନ ପାଳିତ

ମାରୁହାଡ଼ି ଯୁବମୋର୍ଚ୍ଚା ତରଫରୁ ହୋଲିକା ଦହନ ପାଳିତ

ଜେ ବି ଏନ, ରିପୋର୍ଟ, ସୁଶାନ୍ତ କୁମାର ସାମଲ, ଢେଙ୍କାନାଳ : ଆଜି (୨୮/୦୩/୨୦୨୧) ଢେଙ୍କାନାଳ ସହରର ଜବହାରଚଉକ ଠାରେ ମାରୁହାଡ଼ି ଯୁବ ମୋର୍ଚ୍ଚା ତରଫରୁ ହୋଲିକା ଦହନ ପାଳନ କରିଛନ୍ତି । ଭଗବାନ ବିଷ୍ଣୁ ଙ୍କ ର ପ୍ରିୟ ଭକ୍ତ ପ୍ରହଲାଦ କୁ ଅଗ୍ନିରେ ମାରିବା ପାଇଁ ହୀରଣ୍ୟକାଶ୍ୟପ ଯେଉଁ ପ୍ରୟାସ କରି ଥିଲେ, ଯାହାଦ୍ୱାରା ହୋଲିକା ରାକ୍ଷସୀ କୋଳରେ ପ୍ରହ୍ଲାଦ କୁ ଧରି ଅଗ୍ନିରେ ବସିଥିଲେ । ଯେଉଁଥିରେ ଭଗବାନ ପ୍ରହ୍ଲାଦ କୁ ରକ୍ଷା କରିବା ସହ ରାକ୍ଷସୀ ହୋଲିକା ଅଗ୍ନିରେ ପୋଡି ମୃତ୍ୟୁ ବରଣ କରିଥିଲା । ଏହି ହୋଲିକା ଦହନ କୁ ପାଳନ କରାଯାଇଥିଲା ମାରୁହାଡ଼ି ଯୁବ ମୋର୍ଚ୍ଚା ଦ୍ୱାରା । ଢେଙ୍କାନାଳରେ ଦୀର୍ଘ 1954 ମସିହାରୁ ମାରୁହାଡ଼ି ଯୁବ ମୋର୍ଚ୍ଚା ତରଫରୁ ଏହି ହୋଲିକା ଦହନ ପର୍ବ ପାଳନ ହୋଇଆସୁଛି । କୋରନା କଟକଣା କୁ ନଜରରେ ରଖି ଏହି ପର୍ବ ପାଳିତ ହୋଇଯାଇଛି । ମାରୁହାଡ଼ି ସମ୍ପ୍ରଦାୟ ନିଜ ଧର୍ମ ପରମ୍ପରା କୁ ବଜାୟ ରଖି ପ୍ରତିବର୍ଷ ଏହି ପର୍ବ ଦୋଳପୁର୍ଣିମା ଦିନ ଅତି ଆଗ୍ରହ ଓ ଉତ୍କଣ୍ଠା ର ସହ ପାଳନ କରିଆସୁଛନ୍ତି ।

Recent Post

Live Cricket Update