ଆଜି ଅନୁଗୋଳ ଜିଲ୍ଲାରୁ ‌୦୯ ଜଣ କରୋନା ପଜିଟିଭ ଚିହ୍ନଟ

ଆଜି ଅନୁଗୋଳ ଜିଲ୍ଲାରୁ ‌୦୯ ଜଣ କରୋନା ପଜିଟିଭ ଚିହ୍ନଟ

ପଜିଟିଭ ସଂଖ୍ୟା ୧୨୪୬୯ରେ ପହଞ୍ଚିଲା-ସୁସ୍ଥ ହେଲେ ୦୨ ଜଣ

………………………………..

ଜେ ବି ଏନ, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ ୨୯/୩/୨୦୨୧- ଆଜି ଅନୁଗୋଳ ଜିଲ୍ଲାରେ ୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ କେହି ଆକ୍ରାନ୍ତ ହୋଇ ନଥିବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ରେ ରହିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରେ ପାଲଲହଡ଼ା ବ୍ଳକରୁ ୦୫ ଜଣ (୧ ଜଣ ପୁରୁଷ ଓ ୪ ଜଣ ମହିଳା), ଛେଣ୍ଡିପଦା ବ୍ଲକରୁ ୦୨ ଜଣ (୧ ଜଣ ପୁରୁଷ ଓ ୧ଜଣ ମହିଳା), ତାଳଚେର ବ୍ଲକରୁ ୧ ଜଣ ପୁରୁଷ ଓ ଅନୁଗୋଳ ମୁନିସିପାଲିଟିରୁ ୦୧ ଜଣ ପୁରୁଷ ଅଛନ୍ତି । ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ଓ୍ବ।ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୦୨ ଜଣ ହୋମ୍ ଆଇସୋଲେସନ୍ ରେ ଥିବାର ଜଣାପଡ଼ିଛି ।

 

 

Recent Post

Live Cricket Update