ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ: ବ୍ୟାପକ କ୍ଷୟକ୍ଷତି

 

ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ: ବ୍ୟାପକ କ୍ଷୟକ୍ଷତି

 

 

ଜେ ବି ଏନ, (ରିପୋର୍ଟ, ମଦନ ସାହୁ), ୩୦/୦୩/୨୦୨୧ ନାଲକୋ/ଅନୁଗୋଳ :ନାଲକୋନଗର ଅନୁଗୋଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ  ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ନିଆଁ ଲାଗି ଘର ଭିତରକୁ ବ୍ୟାପିଯିବା ଫଳରେ ସମସ୍ତ ଆସବାପତ୍ର ପୋଡି ଯାଇଛି । ପ୍ରଫୁଲ ମଲ୍ଲିକଙ୍କ କ୍ୱାର୍ଟରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ଦିନ ରାତି ପ୍ରାୟ ୩ ଟା ବେଳେ ଘର ଭିତରେ ସମସ୍ତେ ଶୋଇଥିଲେ । ତେବେ ଘର ସମ୍ମୁଖରେ ଥିବା ଏକ ଟିଣଛପର ଘରେ ଏକ ବ୍ୟାଟେରୀ ଚଳିତ ଗାଡିକୁ ଚାର୍ଜରେ ବସାଇ ଶୋଇଥିଲେ । ସେଥିରି ନିଆଁ ଲାଗି ଘରକୁ ବ୍ୟାପୀ ଯାଇଥିଲା । ସେମାନେ ଶୋଇଥିବା ବେଳେ , ନିଆଁ ଯୋଗୁଁ ସର୍ଟ ସାର୍କିଟ ହୋଇ ହଠାତ ଘରର କଲିଂ ବେଲ ଅନବରତ ବାଜିବାକୁ ଲାଗିଥିଲା । ନିଦରୁ ଉଠି ପରିବାର ସଦସ୍ୟ ଘର ଭିତର ଧୂଆଁରେ ପରିପୂର୍ଣ୍ଣ ହୋଇ ଯାଇଥିବା ଦେଖିବାକୁ ପାଇଥିଲେ । ଅଣନିଶ୍ୱାସୀ ହୋଇ ପଛ ପାଖ କବାଟ ଦେଇ ବାହାରକୁ ବାହାରି ଆସି ପାଖ ପଡୋଶୀ ଓ ସୁରକ୍ଷାକର୍ମୀଙ୍କୁ ଡାକ ପକାଇଥିଲେ । ତେବେ ଅଗ୍ନିକାଣ୍ଡ ଏତେ ମାତ୍ରାରେ ବ୍ୟାପୀ ଯାଇଥିଲା ଯେ ସହଜରେ ଆୟତ୍ତ କରାଯାଇ ପାରି ନଥିଲା । ଖବର ପାଇ ନାଲକୋ ଦମକଳ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଅଗ୍ନିକାଣ୍ଡରେ ଘର ଭିତରେ ଥିବା ୧ଲକ୍ଷ ଟଙ୍କାର ପିତଳ ସାମଗ୍ରୀ ,୨ଟି ସ୍କୁଟି , ଗୋଟିଏ ମୋଟରସାଇକେଲ ଓ ନିତ୍ୟ ବ୍ୟବହାର ଜିନିଷ ସମ୍ପୂର୍ଣ୍ଣ ପାଉଁଶ ହୋଇ ଯାଇଛି । ବ୍ୟାଟେରୀ ଚଳିତ ଗାଡିରୁ ସର୍ଟ ସାର୍କିଟ ହୋଇ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

Recent Post

Live Cricket Update