ପିପିଲି ନିର୍ବାଚନ :  ନାମାଙ୍କନ ଭରିଲେ ହେବି ୱେଟ ନେତା

ପିପିଲି ନିର୍ବାଚନ :  ନାମାଙ୍କନ ଭରିଲେ ହେବି ୱେଟ ନେତା

ଜେ ବି ଏନ, ୩୦/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆଜି ହେଉଛି ଶେଷ ଦିନ । ବିଶାଳ ପଟୁଆରେ ପିପିଲିର ଟାଣୁଆ ନେତା ଅଜିତ ମଙ୍ଗରାଜ ନାମାଙ୍କନ ଭରିଲେ । ପିପିଲି ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଅଜିତ । ଥିଲେ ପିପିସି ସଭାପତି ନିରଂଜନ ପଟ୍ଟନାୟକ , ନିଶିକାନ୍ତ ମିଶ୍ର , ମାନସ ଚୌଧୁରୀ, ରଶ୍ମିରେଖା ମହାାପତ୍ର, ପୂର୍ଣ୍ଣ ସ୍ୱାଇଁ ପ୍ରମୁଖ୍ୟ ଉପସ୍ଥିତ ଥିଲେ । ପିପିଲିରୁ ପ୍ରଥମେ ଏକ ବିଶାଳ ଶୋଭାଯାତ୍ରା ବାହାରି ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିଟରେ ପହଂଚି ଥିଲା । ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଅଜିତ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ନାମାଙ୍କନ ଦାଖଳ କରିସାରିଛନ୍ତି । ପିପିଲି ଏଥର ତ୍ରିମୁଖୀ ଲଢେଇ ହେବାକୁ ଯାଉଛି ବୋଲି ରାଜନୀତି ବିଶେଷଜ୍ଞ ମାନେ କହୁଚନ୍ତି । ବିଜେଡିରୁ ଲଢିବେ ଯୁବ ନେତା ରୁଦ୍ର, ବିଜେପି ଟକ୍କର ଦେବେ ଆଶ୍ରୀତ ଓ କଂଗ୍ରେସରୁ ବରିଷ୍ଠ ନେତା ଅଜିତ ମଙ୍ଗରାଜ ପିପିଲି ମୈଦାନରୁ ଲଢେଇ କରିବେ l

Recent Post

Live Cricket Update