



କୋଭିଡ ରୁ ରକ୍ଷା ପାଇଁ ଅଫଲାଇନ ପରୀକ୍ଷା କୁ ଛାତ୍ରଛାତ୍ରୀ ମାନଙ୍କ ବିରୋଧ
ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୩୦/୦୩/୨୦୨୧ ଢେଙ୍କାନାଳ : କୋଭିଡ ରୁ ରକ୍ଷା ପାଇଁ ଅଫଲାଇନ ପରୀକ୍ଷା କୁ ଢେଙ୍କାନାଳ ଜିଲ୍ଲା ସରକାରୀ ପୋଲିଟେକନିକ ଛାତ୍ରଛାତ୍ରୀ ମାନଙ୍କ ବିରୋଧ।
ସୂଚନା ମୁତାବକ ଦେଶ ରେ କରୋନା ମହାମାରୀ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷା ଦାନ ହେଉଥିଲା ଏବେ ଦ୍ଵିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି କରୋନା ବୃଦ୍ଧି ନ ପାଇବା ପାଇଁ ଆଜି ଢେଙ୍କାନାଳ ସରକାରୀ ପୋଲିଟେକନିକ କଲେଜ ର ଛାତ୍ରଛାତ୍ରୀ ଏକତ୍ରୀତ ହୋଇ କଲେଜ ସମ୍ମୁଖରେ ଏହି ଅଫଲାଇନ ପରିକ୍ଷା କୁ ବନ୍ଦ କରି ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଦେବା ପାଇଁ ସ୍ଵର ଉତ୍ତୋଳନ କରିଥିଲେ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବିଶୃଙ୍ଖଳା ନକରି ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ।