ଗ୍ରାମୀଣ ଝିଅ ମାନଙ୍କ ପାଇଁ ବିନୋଦିନୀ ସାଜିଛନ୍ତି ପ୍ରେରଣାର ଉତ୍ସ 

ଗ୍ରାମୀଣ ଝିଅ ମାନଙ୍କ ପାଇଁ ବିନୋଦିନୀ ସାଜିଛନ୍ତି ପ୍ରେରଣାର ଉତ୍ସ 

 

ବିନୋଦିନୀ ବିଶ୍ଵାଳ, ଅନୁଗୋଳ ବ୍ଲକ, ଜଗନ୍ନାଥପୂର

ଜେ ବି ଏନ, ୩୦/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଅନୁଗୋଳ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବିନୋଦିନୀ ବିଶ୍ବାଳ ଗତ ତିନିବର୍ଷ ହେଲା ତାମିଲନାଡୁ ତିରିପୁରର ସ୍ଥିତି ସି.ଆର୍ ଗାରମେଣ୍ଟରେ ଜଣେ ତାଲିମଦାତା ଭାବେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି । ମଧ୍ୟବିତ୍ତ କୃଷକ ପରିବାରରୁ ବାହାରି ବିନୋଦିନୀ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ସିଲାଇ ମେସିନ ପରିଚାଳନା ବିଭାଗରେ ଯୋଗ ଦେବା ସମୟରେ ତାଙ୍କର ଆର୍ଥିକ ସ୍ଥିତି ସ୍ୱଛଳ ନଥିଲା । ସି.ଆର୍ ଗାରମେଣ୍ଟରେ ଯୋଗଦେବା ସମୟରେ ସେ ମାସିକ ୮ହଜାର ଟଙ୍କା ବେତନ ପାଉଥିଲେ । ଚାକିରୀରେ ଅଗ୍ରଗତି କରି ସିଲାଇ ମେସିନ୍ ପରିଚାଳିକା ଭାବରେ ପଦୋନ୍ନତି ପାଇଁ ସେ ଏବେ ମାସିକ ୧୫ହଜାର ଟଙ୍କା ବେତନ ପାଉଛନ୍ତି । ତାଙ୍କର ଆର୍ଥିକ ସ୍ଥିତି ସୁଧୁରିବା ସହିତ ସେ ତାଙ୍କର ଭଉଣୀର ବିବାହ ନିମନ୍ତେ ୨ଲକ୍ଷ ୫୦ହଜାର ଟଙ୍କା ଜମା କରିପାରିଛନ୍ତି ବୋଲି ବିନୋଦିନୀ ପ୍ରକାଶ କରିଛନ୍ତି । ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମକୁ ପାଥେୟ କରି ବିନୋଦିନୀ ଆଜି ନିଜେ ସ୍ବାବଲମ୍ବୀ ହେବା ସହିତ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିଛନ୍ତି । ବିନୋଦିନୀଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଜିଲ୍ଲାର ଗ୍ରାମୀଣ ଝିଅ ମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ସାଜିଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

Recent Post

Live Cricket Update