ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କର ନ୍ୟାୟପୂର୍ଣ୍ଣ ପ୍ରାପ୍ୟ ପାଇବାରେ ଏକ ଐତିହାସିକ ବିଜୟ 

ନାଲକୋରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କର ନ୍ୟାୟପୂର୍ଣ୍ଣ ପ୍ରାପ୍ୟ ପାଇବାରେ ଏକ ଐତିହାସିକ ବିଜୟ 

 ଜେ ବି ଏନ, ରିପୋର୍ଟ, ଚୈତନ୍ୟ ସାହୁ, ୩୦.୦୩.୨୦୨୧, ଅନୁଗୋଳ : ନାଲକୋ ରେଳ ପ୍ରକଳ୍ପରେ କାର୍ଯ୍ୟରତ ୭୮ଜଣ ଠିକା କର୍ମଚାରୀ ତାଙ୍କର ଦୀର୍ଘ ୫ବର୍ଷର (୨୦୧୦ ଠାରୁ ୨୦୧୫) କାର୍ଯ୍ୟ ପ୍ରାପ୍ୟ ପାଇବା ନିମନ୍ତେ, ଦୀର୍ଘ ୫ବର୍ଷ ନ୍ୟାୟିକ ପ୍ରକ୍ରିୟା ନାଲକୋ ସ୍ଥିତ କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ ଠାରେ ଶ୍ରମିକମାନେ ଏକ ହୋଇ ପ୍ରାପ୍ୟ ପାଇବା ପାଇଁ ଲଢ଼ି ଆସୁଥିଲେ। ପ୍ରାକ୍ତନ କେନ୍ଦ୍ରୀୟ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଧନୁର୍ଜୟ ଗଡ଼ନାୟକଙ୍କ ନ୍ୟାୟପୂର୍ଣ୍ଣ ନିଷ୍ପତି ଓ ପ୍ରଚେଷ୍ଟା ଫଳରେ ୭୮ ଜଣ ଠିକା କର୍ମଚାରୀଙ୍କର ପ୍ରାପ୍ୟ ମୋଟ ପ୍ରାୟ ୪୦, ୦୦,୦୦୦/- ଚାଳିଶ ଲକ୍ଷ ଟଙ୍କା ଡି. ଡି. ଆକାରରେ ହାଇଦ୍ରାବାଦ ସ୍ଥିତ ଏମ୍/ଏସ୍ ଆର୍.ଆର୍.ସି.ସି. (ପ୍ରାଇଭେଟ) ଲିମିଟେଡ଼ ପ୍ରଦାନ କରିଅଛି । ଏହା ଦ୍ଵାରା ସମସ୍ତ ଠିକା କର୍ମଚାରୀ ତାଙ୍କର ନ୍ୟାୟିକ ପ୍ରାପ୍ୟ ପାଇବା ଫଳରେ ପ୍ରାକ୍ତନ କେନ୍ଦ୍ରୀୟ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଧନୁର୍ଜୟ ଗଡ଼ନାୟକଙ୍କୁ ନିଜର ଆଭାର ବ୍ୟକ୍ତ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଏମ୍/ଏସ୍ ଆର୍.ଆର୍.ସି.ସି. (ପ୍ରାଇଭେଟ) ଲିମିଟେଡ଼ ତାର ଦାୟିତ୍ବକୁ ଅନୁଭବ କରି ସମସ୍ତ କର୍ମଚାରୀ ମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରିଥିବାରୁ, ସମସ୍ତ ୭୮ଜଣ ଠିକା କର୍ମଚାରୀ ଏମ୍/ଏସ୍ ଆର୍.ଆର୍.ସି.ସି. (ପ୍ରାଇଭେଟ) ଲିମିଟେଡ଼କୁ ସାଧୁବାଦ ଜଣାଇଛନ୍ତି।

Recent Post

Live Cricket Update

× How can I help you?