ଅଜଣା ଗାଡି ଧକ୍କାରେ ବିଦ୍ୟୁତ ତାର ଛିଣ୍ଡି ଅଗ୍ନିକାଣ୍ଡ

ଅଜଣା ଗାଡି ଧକ୍କାରେ ବିଦ୍ୟୁତ ତାର ଛିଣ୍ଡି ଅଗ୍ନିକାଣ୍ଡ

(ଜେ ବି ଏନ /ସୁଶାନ୍ତ କୁମାର) ୩୦/୦୩ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଥାନାଛକରେ ଆଜି ସନ୍ଧ୍ୟାରେ ବିଦ୍ୟୁତ ଖୁଣ୍ଟକୁ ଏକ ଅଜଣା ଗାଡି ଧକ୍କା ଦେବାଫଳରେ ବିଦ୍ୟୁତ ତାର ଛିଣ୍ଡିଯିବା ସହିତ ବିଚ୍ଛୁରିତ ନିଆଁରୁ ଥାନା ଚାରିପଟେ ଥିବା କାଶତଣ୍ଡି ଘାସବୁଦା ସବୁ ଲାଗି ଯାଇଥିଲା । ନିଆଁର ଝାସରେ ଥାନା ଭିତରେ ଭୟ ସଞ୍ଚାର ହୋଇଯାଇଥିଲା ।

ପଥଚାରୀଙ୍କ କହିବା ଅନୁସାରେ ଏକ ହାଇୱା ଗାଡି ଧକ୍କା ଦେଇ ପଳାଇଥିଲା ଯାହାଦ୍ୱାରା ଇଲେଟ୍ରିକ୍ ଖୁଣ୍ଟ ଭାଙ୍ଗି ରାସ୍ତା ଉପରେ ପଡି ଯାଇଥିଲା। ଯାହାଦ୍ୱାରା ଗୋଟିକ ପରେ ଗୋଟିଏ କରି ୪ ଇଲେଟ୍ରି ଖୁଣ୍ଟ ଭାଙ୍ଗି ପଡିଥିଲା। ଘଟଣାସ୍ଥଳରେ ଟାଟାଷ୍ଟିଲ ବିଏସଏଲ୍ ର ଦମକଳବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ । ନିକଟରେ ଥାନା ଓ ବଜାର ଅଞ୍ଚଳ ଥିଲେମଧ୍ୟ ଓଭରଲୋଡିଂ ପାଉଁଶ , ନଦୀବାଲି, ଇଟାଭାଟିରୁ ଇଟା ଓ ବିଭିନ୍ନ କ୍ରସରରୁ ଚିପ୍ସ ବୋଝେଇ ଟିପର ଓ ହାଇଓ୍ବା ଗାଡି ଗୁଡିକ ବେପରୁଆ ଭାବରେ ଦ୍ରୃତଗତିରେ ଯିବାଆସିବା କରୁଛନ୍ତି । ଯାହାଦ୍ୱାରା ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି । ଥାନା ଚାରିପାଖରେ ପ୍ରତ୍ୟହ ଏହା ଘଟୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଛି ।

 

Recent Post

Live Cricket Update