ପ୍ରବଚନ କାର୍ଯ୍ୟକ୍ରମ ସମାପ୍ତ
ଜେ ବି ଏନ, ୩୧/୦୩/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି ର ସୋତି ଗ୍ରାମ ର ବହୁତ ପୁରୁଣା ଓ ପୂର୍ବପୁରୁଷ ମାନଙ୍କ ର ମହାନ ପରମ୍ପରା ଶ୍ରୀ କୃଷ୍ଣ ଙ୍କର ଭାଗବତ ପାଠ ରାସସ୍ଥଳି ର ଖଣ୍ଡୁଳାଇ ପିଠ ଠାରେ ସାତ ଦିନ ବ୍ୟାପୀ ଆୟୋଜନ କରାଯାଇଥିଲା। ଏଥିରେ ଗାଁ ର ସବୁ ବର୍ଗର ଲୋକ ମାନେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରନ୍ତି। ଏହି ଭାଗବତ ପାଠ ଶୁଣି ବାକୁ ଆଖ ପାଖର ଲୋକ ମାନେ ସାମିଲ ହୋଇ ଥାନ୍ତି। ଏଠାରେ ରାତି ସମୟରେ ପ୍ରବଚନ କାର୍ଯ୍ୟକ୍ରମ କରାଯାଏ ଥାଏ । ଓଡ଼ିଶାର ସୁନାମ ଧନ୍ୟ ପ୍ରବଚକ ମାନେ ଆସି ଥାନ୍ତି। ଲୋକମାନଙ୍କୁ ସାତ ଦିନ ବ୍ୟାପୀ ଭୋଜନ ର ବ୍ୟବସ୍ଥା କରାଯାଇଥାଏ।ଦିଘ୍ର ସାତ ଦିନ ବ୍ୟାପୀ ସମ୍ପୁର୍ଣ୍ଣ ଗିତା ପାଠ ସରିଲା ପରେ ଅଷ୍ଟମ ଦିନ ସକାଳୁ ଠାକୁର ଙ୍କୁ ଗାଁ ର ମହିଳା ଓ ଯୁବତୀ ମାନେ କାନ୍ଦରେ ବୋହି ନେଇ ଗ୍ରାମ ରେ ପରିଭ୍ରମଣ କରାଇଥାନ୍ତି। ଠାକୁର ଗାଁ ରେ ବୁଲୀବା ସମୟରେ ଲୋକେ ମାନେ ନିଜ ନିଜ ଦାଣ୍ଡ ସଫାକରି ଝୋଟି ଚିତା ପକାଇ ଠାକୁର ଙ୍କୁ ଆଗମନ କରାନ୍ତି। ଏହି ସାତଦିନ ବ୍ୟାପୀ ଆମିଷ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଥାଏ।ଏହି ଉତ୍ସବକୁ ଗ୍ରାମବାସୀ ମାନେ ସୁଚାରୁରୂପେ ସମ୍ପାଦନା କରିଥାନ୍ତି।