ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ  ସହାୟତା ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହେଲେ ରୋଗୀ 

 

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

ସହାୟତା ପାଇଁ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହେଲେ ରୋଗୀ

ଜେ ବି ଏନ (ସୁବ୍ରତ କୁମାର/ଶୁଭମ ପାଣି ) ୩୧/୦୩/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନିବାସୀ ଚାନ୍ଦପୁର ଗ୍ରାମର ନନ୍ଦିନୀ ଦାସ ସ୍ଵାମୀ ତ୍ରିଲୋଚନ ଦାସ ଆଜିକୁ ଦୀର୍ଘଦିନ ହେଲାଣି କୀଡୀନି ରୋଗରେ ପୀଡିତ ଅଛନ୍ତି । ଗରିବ ପରିବାର ଓ ପରିବାର ର ଦୁଇ ସଦସ୍ୟ ରୋଗରେ ପୀଡିତ। ସ୍ତ୍ରୀ କିଡ଼ନୀ ରୋଗରେ ଓ ସ୍ଵାମୀ ଅଜଣା ରୋଗରେ ପୀଡିତ ହୋଇଥିବାରୁ ପରିବାର ର ରୋଜଗାର କ୍ଷମତା ନାହିଁ।

ନିଜର ଚିକିତ୍ସା ନିମନ୍ତେ ଆର୍ଥିକ ଅଭାବ ଥିବାରୁ ଚିକିତ୍ସା ହୋଇପାରୁନାହାନ୍ତି। ଚିକିତ୍ସାଳୟ କୁ ଗଲେ ଔଷଧ ମିଲୁନି ଓ ସହାୟତା ପାଇଁ ଜିଲ୍ଲାପାଳ ଅଭିଯୋଗ ଦେଲେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ। ଶେଷରେ ଜଣେ ରୋଗୀ ବାଧ୍ୟ ହୋଇ ଜିଲ୍ଲାପାଳ ନିକଟ କୁ ଅଭିଯୋଗ କରିବା ସହ ସହାୟତା ହାତ ବଢାଇବା ପାଇଁ ନେହୁରା ହୋଇଛନ୍ତି।

Recent Post

Live Cricket Update