ମାଓବାଦୀଙ୍କ ଆତ୍ମ ସମର୍ପଣ 

 ମାଓବାଦୀଙ୍କ ଆତ୍ମ ସମର୍ପଣ 

 

ଜେ ବି ଏନ, ୩୧/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର/ପ୍ରଦୀପ କାଣ୍ଡି), ମାଲକାନଗିରି : ଆଜି ମାଲକାନଗିରିରେ ନିଜକୁ ଆତ୍ମ ସମର୍ପଣ କରିଛନ୍ତି ୩ ମାଓବାଦୀ । ସେମାନେ ହେଲେ ଶମ୍ଭୁ ଦୋଡି , ରାମ ଆପ୍କା ଏବଂ ରଘୁ ଖରା l ଏମାନଙ୍କ ମଧ୍ଯ ରୁ ଦ୍ଵି ଜଣ ଙ୍କ ନାମ ରେ ଥିଲା ଇନାମ୍ ଟଙ୍କା, ପ୍ରାୟ 4 ଲକ୍ଷ l ସେମାନେ 2009 ରୁ ମାଓବାଦୀ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ l ତେବେ ମାଲକାନଗିରି ଏସ୍ ପି ଙ୍କ ସୂଚନା ଅନୁଯାୟୀ ତାଙ୍କୁ ସେ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l ଯାହାଦ୍ଵାରା ସେମାନେ ନିଜକୁ ଭଲ ସୁଦୃଢ ମଣିଷ ଭାବେ ଗଢି ତୋଳିବେ ଓ ଆଉ ଭୁଲ ବାଟକୁ ଯିବେ ନାହିଁ। ତେବେ ଏହି ସବୁ ସୁବିଧା ପୁଲିସ ପ୍ରଶାସନ ଆଇନ ଭିତରେ ରହିବ। ଏହି ଅବସରରେ ମାଲକାନଗିରି ପୋଲିସ ଏସ ପି ଓ ମାଲକାନଗିରି ବି ଏସ୍ ଏଫ୍ ଏସ୍ ପି ଉପସ୍ଥିତ ଥିଲେ l

Recent Post

Live Cricket Update