ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ରହିବନି ବିଜୁ ପକ୍କା ଘର ଲୋଗୋ

 ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ରହିବନି ବିଜୁ ପକ୍କା ଘର ଲୋଗୋ

 

 

ଜେ ବି ଏନ, ୩୧/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବଙ୍କ ଚିଠି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ । ଏହାକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୩୦ ତାରିଖରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ଏବଂ ଏହାକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ପ୍ରଥମେ ଡ଼ିସେମ୍ବର ମାସରେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ନିର୍ମିତ ପକ୍କା ଘରେ ବିଜୁ ପକ୍କାଘର ଯୋଜନାର ବଡ଼ ଷ୍ଟିକର ମାରିବା ଘଟଣା ଉଠାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ମିଳିଥିବା ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ଦୁଇଟି ଯାକ ଲୋଗୋ ଥାଇ ଷ୍ଟିକର ଲଗାଯିବା ନେଇ ପ୍ରଥମେ ବିରୋଧ କରିଥିଲା ବିଜେପି ।

ପରବର୍ତ୍ତୀ ପର୍ଯ୍ୟାୟରେ ଡ଼ିସେମ୍ବର ମାସରେ ରାଜ୍ୟର ବିଭିନ୍ନ ବ୍ଲକ୍ ସମ୍ମୁଖରେ ଓ ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀଙ୍କ ଚଞ୍ଚକତାପୂର୍ଣ୍ଣ ଚିଠି ଏବଂ ବିଜୁ ପକ୍କାଘର ଷ୍ଟିକରକୁ ବିଜେପିର କାର୍ଯ୍ୟକର୍ତ୍ତାମାନେ ଚିରିବା ସହ ପୋଡ଼ିଥିଲେ ।

ବିଜେପିର ସାଂସଦମାନେ ଫେବୃୟାରୀ ୧୨ ତାରିଖରେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଏ ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ ।

Recent Post

Live Cricket Update