ଧାନ ବସ୍ତା ପଡି ଦୁଇ ଶ୍ରମିକ ଆହତ

ଧାନ ବସ୍ତା ପଡି ଦୁଇ ଶ୍ରମିକ ଆହତ

 

ଜେ ବି ଏନ, ୩୧/୦୩ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ସୋନପୁର : ଆଜି ସକାଳ ପ୍ରାୟ 8 ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଳା ବିନିକା ସହର ନିକଟରେ ଥିବା ଘାଟି ଜାମପାଳି ବାଲାଜି ରାଇସମିଲ ର ଗୋଦାମ ଗୃହରେ ଧାନ ବସ୍ତା ଚାପି ହୋଇ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ସେମାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତର ଖାନା କୁ ଅଣା ଯାଇଥିଲା l ହେଲେ ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ଼ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଗୁରୁତର ଦୁଇଜଣ ହେଲେ ବାଙ୍କୀଘିର୍ଡ଼ ଗ୍ରାମର ଜଗଦୀଶ ଭୋଇ( 26) କେଶୁ ଭୋଇ (50) l ଗୁରୁତର ଜଣକୁ ଆମ୍ବଲାନ୍ସ ଡେରି ହେବାରୁ ମିଲ ମାଲିକ ନିଜେ ନିଜର କାର ଯୋଗେ ବୁର୍ଲା ସ୍ଥାନତାରିତ କଲେ ଆଉ ଜଣକୁ ଆମ୍ବୁଲାନ୍ସ ରେ ନିଆଯାଇଥିବା ଜଣାପଡିଛି l

Recent Post

Live Cricket Update