



ବର୍ଦ୍ଧିତ ବିଜୁଳି ଦର ବୃଦ୍ଧି ପ୍ରତିବାଦ ରେ ବିକ୍ଷୋଭ
ଜେ ବି ଏନ, ୩୧/୦୩ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ବର୍ଦ୍ଧିତ ବିଜୁଳି ଦର ବୃଦ୍ଧି ପ୍ରତିବାଦ ରେ ବିକ୍ଷୋଭ । ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବି କରିଛି ଏସୟୁସିଆଇ । ଏହି କ୍ରମରେ ଆଜି ଅନୁଗୁଳ ଠାରେ ପ୍ରତିବାଦ ସହ ସହର ପରିକ୍ରମା କରି ଅନୁଗୁଳ ଜିଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଚିନ୍ତି । ବିଗତ ଛଅ ମାସ ଭିତରେ ଦୁଇ ଦୁଇ ଥର ବିଜୁଳି ଦର ବୃଦ୍ଧି କୁ ଆଦୋୖ ବରଦାସ୍ତ କରାଯିବ ନାହିଁ ବୋଲି ବିକ୍ଷୋଭ ସ୍ତଲରେ ସ୍ୱର ଉତଲନ କରିଛି ଏସୟୁସିଆଇ ।
କରୋନା ଭଳି ମହାମାରୀ ସମୟରେ ବାରମ୍ବାର ହେଉଥିବା ବିଦୂତ ଦର ବୃଦ୍ଧି କୁ ତୀବ୍ର ସମାଲୋଚନା କରି ଏହା ଉପରେ ତୁରନ୍ତ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଛି ।
ନିକଟରେ ରାଜ୍ୟରେ ବିଦୂତ ଦର ୟୁନିଟ ପିଛା 30 ପଇସା ବୃଦ୍ଧି କୁ ନେଇ ସାରା ରାଜ୍ୟ ରେ ଅସନ୍ତୋଷ ତେଜୁଥିବା ବେଳେ ଅନୁରୂପ ଭାବେ ଏହାର ପ୍ରଭାବ ଅନୁଗୁଳ ରେ ଦେଖିବାକୁ ମିଳିଛି ।।