ଆଜି ଅନୁଗୋଳ ଜିଲ୍ଲାରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୫୦୨ରେ ପହଞ୍ଚିଲା – ସୁସ୍ଥ ହେଲେ ୦୧ ଜଣା

ଆଜି ଅନୁଗୋଳ ଜିଲ୍ଲାରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୫୦୨ରେ ପହଞ୍ଚିଲା – ସୁସ୍ଥ ହେଲେ ୦୧ ଜଣା

 

 

 

ଜେ ବି ଏନ, ରିପୋର୍ଟ, ସୁଶୀଲ କୁମାର ଆଇଚ, ଅନୁଗୋଳ , ତା.୩୧.୦୩:୨୦୨୧ : – ଆଜି ଅନୁଗୋଳ ଜିଲ୍ଲାରେ ୨୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥୁବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାକ ସଂଖ୍ୟା ୨୫୦ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥୁବା ଆକ୍ରାନ୍ତମାନଂକ ମଧ୍ୟରେ ପାଳଲହଡା ବ୍ଲକ ଅଂଚଳରୁ ୯ଜଣ ( ୬ଜଣ ପୁରୁଷ ଓ ୩ଜଣ ମହିଳା ) , ଛେଣ୍ଡିପଦା ବ୍ଲକ ଅଂଚଳରୁ ୫ଜଣ ପୁରୁଷ , ତାଳଚେର ପୌରାଞ୍ଚଳରୁ୩ ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା ) , କିଶୋରନଗର ବ୍ଲକ ଅଂଚଳରୁ ୨ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ) , ଅନୁଗୋଳ ପୌରାଞ୍ଚଳରୁ ୨ଜଣ ମହିଳା , ବଅଁରପାଳ ବ୍ଳକ୍ ଅଂଚଳରୁ ୨ଜଣ ପୁରୁଷ , ତାଳଚେର ବ୍ଲକ୍ ଅଂଚଳରୁ ୧ଜଣ ପୁରୁଷ ଓ କଣିହାଁ ବ୍ଲକ ଅଂଚଳରୁ ୧ଜଣ ପୁରୁଷ ଅଛନ୍ତି । ଚିହ୍ନଟ ହୋଇଥୁବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥୁବା ବେଳେ ସଚ୍ଚ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୦୧ଜଣ ହୋମ Isolation ରେ ଥିବାର ଜଣାପଡିଛି ।

Recent Post

Live Cricket Update