



ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଦୁଇ ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ
ଜେ ବି ଏନ, ୩୧.୦୩.୨୦୨୧,(ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତ ଖଣ୍ଡହତା ଗ୍ରାମର ନୀଳମଣି ସାହୁଙ୍କ ଘରେ ଗତକାଲି ରାତିରେ ନିଆଁ ଲାଗି ୨ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। ଘରେ ଥିବା ଏକ ବାଇକ ମଧ୍ୟ ଜଳି ପୋଡି ନଷ୍ଟ ହୋଇଯାଇଛି। ମିଳିଥିବ ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଛନ୍ତି ନୀଳମଣି। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଅନୁଗୋଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ବେସାହାରା ହୋଇଯାଇଥିବା ନୀଳମଣିଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।