



କିଶୋରୀ ସଚେତନତା ବୈଠକ ଅନୁଷ୍ଠିତ
ଜେ ବି ଏନ, ରିପୋର୍ଟ, ଚୈତନ୍ୟ ସାହୁ), ୩୧.୦୩.୨୦୨୧, ଅନୁଗୋଳ : ଅନୁଗୋଳ ଜିଲ୍ଲା ବ୍ଲକ ବଡକନ୍ତକୂଳ ଗ୍ରାମ ପଂଚାୟତ କଂଜା ଗ୍ରାମରେ କିଶୋରୀ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜି କଂଜା ଅଙ୍ଗନବାଡି ଠାରେ କିଶୋରୀ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଇଅଛି l ଏହି ବୈଠକ ରେ କିଶୋରୀ ଏବଂ ମହିଳା ମାନେ ସାମିଲୀ ହୋଇଥିଲେ l କଂଜା, ନୂଆଗାଁ, ମାଟିଆ ସାହି ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି l ୧୮ବର୍ଷ ରୁ କମ ଝିଅ ମାନଙ୍କୁ ବାହାଘର କରିପାରିବେ ନାହିଁ ବୋଲି ସଚେତନ କରାଇଛନ୍ତି ଏବଂ ଯେଉଁ ମାନେ ୧୮ରୁ କମ ବୟସ ଝିଅ ମାନଙ୍କୁ ବାହାଘର କରିବେ ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି କଂଜା ଅଙ୍ଗନବାଡି କର୍ମୀ ଜୟନ୍ତି ଗଡ଼ନାୟକ କହିଛନ୍ତି l ଏହି ବୈଠକରେ ଆଶା କର୍ମୀ ଟିଟି ସାହୁ, ସିଆସିସି ବିଜୟଲଷ୍ମୀ ବିଶ୍ୱାଳ, ଗୀତାଞ୍ଜଳି ରାଉଳ ଏବଂ ମାଟିଆ ସାହି ଅଙ୍ଗନବାଡି କର୍ମୀ ସୁଲୋଚନା ମୁଦୁଲି ଉପସ୍ଥିତ ରହି ସଚେତନତା କରିଛନ୍ତି l