ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଜେ ବି ଏନ, ୦୧/୦୪ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତ ର ମସୁଦପୁର ର ଗୁରୁପ୍ରସାଦ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନୃସିଂହ ଚଂଦ୍ର ଖୂଲାର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେ ଦୀର୍ଘ ୩୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟ ର ପ୍ରତିଷ୍ଠାତା ଏବଂ ଉଚ୍ଚ ବିଦ୍ୟାଳୟ ର ସଭାପତି ପିନାକୀ ରଞ୍ଜନ ଦାସ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଧାକୃଷ୍ଣ ବୋଷ (ଅବସରପ୍ରାପ୍ତ ଇନିଶପେକ୍ସର ଶିକ୍ଷା ବାଭାଗ),ଶମ୍ବୁ ନାଥ ଦାସ, ସୁନନ୍ଦ କୁମାର ରଥ, ଅମୂଲ୍ୟ କୁମାର ଦାସ ,ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟା ଭାନୁପ୍ରଭା କରଣ , ସରପଞ୍ଚ କାର୍ତ୍ତିକ ଚରଣ ଦାସ,ବଡ କଥା ହେଲା ସେ ଦୀର୍ଘ ୩୧ ବର୍ଷ ଧରି ବିନା ଦରମାରେ ଶିକ୍ଷାଦାନ କରି ଆସୁଛନ୍ତି ।ସେ କିଛି ଦିନ ତଳେ ସରକାର ଙ୍କ ର ପ୍ରାପ୍ୟ ଗ୍ରହଣ କରିଥିଲେ। ଶେଷରେ ପୁରାତନ ଛାତ୍ର ଛାତ୍ରୀଙ୍କ ଓ ଶିକ୍ଷକ ମାନେ କିଛି କିଛି ଉପହାର ପ୍ରଦାନ କରିଥିଲେ l

Recent Post

Live Cricket Update