ଶାଗ ବିକ୍ରିକରି ପୋଷୁଛନ୍ତି ପରିବାର ! ୮୨ବର୍ଷରେ ବି ହାର ମାନିନି ଗୁରୁବାରିଆଙ୍କ ମନୋବଳ 

ଶାଗ ବିକ୍ରିକରି ପୋଷୁଛନ୍ତି ପରିବାର ! ୮୨ବର୍ଷରେ ବି ହାର ମାନିନି ଗୁରୁବାରିଆଙ୍କ ମନୋବଳ 

 

ଜେ ବି ଏନ, ୦୧.୦୪.୨୦୨୧,(ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା କାଣ୍ଡସର ଗ୍ରାମର ଗୁରୁବାରିଆ ଦେହୁରୀ ଦୃଢ଼ ଇଚ୍ଛାଶକ୍ତି ଓ ଖଟିବାର ମାନସିକତା ଥିଲେ ବୟସ ହାର ମାନେନି । ପୁଅ ପାରିଗଲେ ମୁଁ ଅଚିନ୍ତା ଓ ମୋର ଆଉ କିଛି ଦରକାର ନାହିଁ କହୁଥିବା ବ୍ୟକ୍ତି ଓ ଆଳସ୍ୟ ଜୀବନ ବିତାଉଥିବା ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସାହ ସାଜିଛନ୍ତି ଗୁରୁବାରିଆ ମଉସା । ନାଲକୋ ଅଞ୍ଚଳର କାଣ୍ଡସର ଗ୍ରାମର ବାସିନ୍ଦା ଗୁରୁବାରୀଆ ଦେହୁରୀ । ବୟସ ୮୨ ଅଣ୍ଟା ନଇଁ ଗଲାଣି ହେଲେ ଦମ୍ଭିଲା । କାନକୁ ଟିକେ ଶୁଭେନି କିନ୍ତୁ ଏ ପର୍ଯ୍ୟନ୍ତ ନରମି ନାହାଁନ୍ତି । ଖଣ୍ଡିଏ ପୁରୁଣା ସାଇକଲ ଧରି ସକାଳୁ ବାହାରି ଯାଆନ୍ତି ନିଜର ବୃତ୍ତିରେ । କଲୋନୀ ସାରା ବୁଲି ବୁଲି ଶାଗ ବିକ୍ରି କରିବା ପାଇଁ ସହର ପରିକ୍ରମା କରନ୍ତି ଗ୍ରାମର ପ୍ରାୟ ୮ କିଲୋମିଟର ଦୂରତ୍ବରେ ଥିବା ନାଲକୋ କଲୋନୀ ପର୍ଯ୍ୟନ୍ତ ମାଡ଼ି ଆସନ୍ତି । ଯାହା ତାଙ୍କୁ ଝାଳବୁହା ଖଟଣି ଗହଳି ରାସ୍ତାରେ ମଝିରେ ମଝିରେ ଖସି ପଡୁଥିଲେ ହେଁ ତାଙ୍କର ସେଥିପାଇଁ ଡର ନାହିଁ । ପୁଣି ନିଜେ ନିଜେ ଉଠି ସାଇକଲ ସଜାଡ଼ି ଆଗେଇ ଯାଆନ୍ତି ନିଜ କର୍ମକ୍ଷେତ୍ରରେ । ଖରା , ବର୍ଷା , ଶୀତ ତାଙ୍କୁ ଅଟକାଇ ପାରେ ନାହିଁ । ଦୁଇ ଚାରିଟି ବ୍ୟାଗରେ ଶାଗ ସଂଗ୍ରହ କରି ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ଯାଆନ୍ତି କଲୋନୀରେ । ଥକ୍କା ଲାଗିଲେ ଚା ଟିକେ ଦୋକାନରୁ ମାରିଦେଇ ପୁଣି ନିଜ ବୃତ୍ତିକୁ ଚାଲିଯାଆନ୍ତି। ଥକ୍କା ପଣ ତାଙ୍କଠାରେ ଦେଖାଯାଏ ନାହିଁ । ସଦାସର୍ବଦା ହସ ଉତ୍ସାହର ସହ କଥାବାର୍ତ୍ତା କରିଥାନ୍ତି । କଲୋନୀ ପରିସରରେ ଥିବା ବାବୁ ଭାଇ ଚା ’ ଖଟିରେ ତାଙ୍କୁ ସ୍ନେହରେ ଟାହିଟାପରା କରୁଥିଲେ ମଧ୍ୟ ତାଙ୍କଠାରୁ ମିଠା କଥା ଓ ତାଙ୍କର କୁଆଡେ ରସଗୋଲା ଶାଗ ବୋଲି କହନ୍ତି ଏ କଥା ଶୁଣି ଯୁବକମାନେ ବେଶ ଖୁସି । ମନାଇଥାନ୍ତି । କରୋନା ସମୟରେ ବ୍ୟବସାୟ ଅପେକ୍ଷାକୃତ ମାନ୍ଦା ସତ୍ତ୍ବ ହଟି ଯାଇନାହାନ୍ତି ନିଜର ବୃତିରୁ । ମହାମାରୀ କରୋନା ନେଇ ସେ ଚିନ୍ତିତ ଥିବା ପ୍ରକାଶ କରିଛନ୍ତି । ଗୁରୁବାରିଆ ମଉସା ୨୦ବର୍ଷ ହେଲା ସାଇକଲରେ ବୁଲି ବୁଲି ଶାଗ ବିକ୍ରି କରନ୍ତି। ଯାହା ଲାଭ ହୁଏ ନିଜର ଖର୍ଚ୍ଚ ଓ ପରିବାର ପାଇଁ ଆବଶ୍ୟକ ମେଣ୍ଟାଇଥାନ୍ତି । ବଳ ବୟସ ଥିବା ଯାଏ ଓ ହାତଗୋଡ଼ ଚାଲୁଥିବା ଯାଏ ବୃତ୍ତିରୁ ହଟିବି ନାହିଁ ଓ ନିଜ ଖର୍ଚ୍ଚ ମେଣ୍ଟାଇବା ପାଇଁ କାହାର ଦୟାର ପାତ୍ର ହେବି ନାହିଁ ବୋଲି କୁହନ୍ତି ।

Recent Post

Live Cricket Update