ପବିତ୍ର ଉତ୍କଳ ଦିବସ ଅବସରରେ ଯୁବଶକ୍ତି ଢେଙ୍କାନାଳ ଅଧ୍ୟକ୍ଷକଙ୍କ ବିଶେଷ ଉପସ୍ଥାପନା 

ପବିତ୍ର ଉତ୍କଳ ଦିବସ ଅବସରରେ ଯୁବଶକ୍ତି ଢେଙ୍କାନାଳ ଅଧ୍ୟକ୍ଷକଙ୍କ ବିଶେଷ ଉପସ୍ଥାପନା

 

  ଆମେ ଓଡିଶା ବାସୀ ଭାରି ସ୍ୱାଭିମାନୀ
—————————————————-

ଆଜି ୮୬ ତମ ଉତ୍କଳ ଦିବସ ଅବସରରେ, ଓଡ଼ିଶାର ସମସ୍ତ ଜନସାଧାରଣ ଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ଆମ ଓଡ଼ିଶା ମାଟି ସ୍ୱାଭିମାନର ମାଟି ଏଠି ହିଂସା, ଦଙ୍ଗା, ଜାତିବାଦର କୌଣସି ସ୍ଥାନ ନାହିଁ, ଆମ ଓଡ଼ିଶାର ପାଣି ବବନ, ସଂକୃତି ପରମ୍ପରା ଭାଇଚାରା ଭାରତ ବର୍ଷରେ ଅନ୍ୟତମ, ବାର ମାସରେ ତେର ପର୍ବ, ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ମନ୍ଦିର ମାଳିନୀ ସହର ଆମ ଭୁବନେଶ୍ୱର, ଓଡ଼ିଶାର କୈଳାସ ପ୍ରଭୁ ଚନ୍ଦ୍ର ଶେଖର ମନ୍ଦିର କପିଳାସ, ସମ୍ବଲପୁର ମା ସମଲେଶ୍ବରୀ, ମା ହିଙ୍ଗୁଳା, ମା ମଙ୍ଗଳା, ମା ଶାରଳା,ମା ବିରଜା, ମା ତାରିଣୀ, ଭଦ୍ରକ କାଳୀ, କଟକ ଚଣ୍ଡୀ, ଓ ବାଲେଶ୍ଵର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ଓଡ଼ିଶାରେ ଏମିତି ଅନେକ ଦର୍ଶନୀୟ ଓ ଆକର୍ଷଣୀୟ ସ୍ଥାନ ଅଛି, ଖଣି ଖାଦାନ ଶିଳ୍ପାୟନ କଳ କାରଖାନା ରେ ଆମ ରାଜ୍ୟ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଅଛି, ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ଓଡିଶାରୁ ଭାରତ ସରକାରଙ୍କ ରାଜ କୋଷ କୁ ଅଧିକା ରାଜସ୍ବ ଯାଇଥାଏ, ଆଜିର ଦିନରେ ଆମ ଓଡ଼ିଶା ଭାରତ ବର୍ଷରେ ଶିଳ୍ପ ସମୃଦ୍ଧ ବିକଶିତ ଅଗ୍ରଣୀ ରାଜ୍ୟ, ଆମେ କାହା ଉପରେ ନିର୍ଭରଶୀଳ ନୁହେଁ ଆମେ ନିଜେ ଆତ୍ମନିର୍ଭରଶୀଳ, ଓଡ଼ିଶାର ଶିଳ୍ପାୟନ ଖଣି ଖାଦାନ ଓଡ଼ିଶାର ବିକାଶ ପ୍ରଗତିର ମୁଖ୍ୟ ନାୟକ ପ୍ରବାବ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଓଡିଶା ଗଠନର ମୁଖ୍ୟ ସୂତ୍ରଧର ଓଡ଼ିଶାର ବର ପୁତ୍ର ଉତ୍କଳ ମଣୀ ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ବିରୁ ସୁରେନ୍ଦ୍ର ସାଏ, ଆହୁରି ଅନେକ ବରପୁତ୍ର ଙ୍କ ତ୍ୟାଗ ନିଷ୍ଠା ବଳିଦାନ କୁ ଆମେ କେବେ ଭୁଲି ପାରିବୁ ନାହିଁ, ଆଜି ଓଡ଼ିଶାରେ ସମସ୍ତ ଜନସାଧାରଣ ଙ୍କ ପାଖରେ ସମସ୍ତ ସୁବିଧା ର ଉପଲବ୍ଧ ହୋଇ ପାରି ଅଛି, ଏହା କେବଳ ଆମ ସଚେତନତା ଓ ସ୍ୱାଭିମାନ ପାଇଁ ସମ୍ଭବପର ହୋଇ ପାରି ଅଛି, କାହିଁକି ନା ଆମେ ସବୁବେଳେ କାମରେ ବିଶ୍ୱାସ ଓ କଠିନ ପରିଶ୍ରମ କରିଥାନ୍ତି, କଥାରେ କେବେ ବିଶ୍ୱାସ କରନ୍ତି ନାହିଁ କିମ୍ବା କୌଣସି ମିଥ୍ୟା ପ୍ରଚାର କୁ ଆମେ କେବେ ଗ୍ରହଣ କରନ୍ତି ନାହିଁ, ସେଇଥି ପାଇଁ ତ ଆଜିର ଭାରତ ବର୍ଷରେ ଆମ ଓଡ଼ିଶା ଶ୍ରେଷ୍ଠତମ, ଆମ ଓଡିଶାର ଚାଷୀ ଭାଇ ମାନେ ବହୁତ ପରିଶ୍ରମୀ ଓ କୋଶଳୀ, ଚାଷ ଆମର କୂଳ ବେଉସା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପଦର୍ଶନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ବହୁବାର ଓଡିଶା ସମ୍ମାନିତ ହୋଇ ଆସିଅଛି, ଆସନ୍ତୁ ଆମେ ସମସ୍ତେ ସପଥ ନେବା ବିକଶିତ ସମୃଦ୍ଧ ସର୍ବଶ୍ରେଷ୍ଠ ଓଡିଶା ଗଠନ ରେ ସାମିଲ ହୋଇ ହୋଇ ବିଶ୍ୱ ମାନଚିତ୍ର ରେ ଆମର ଭୂମିକା ନିର୍ବାହ କରିବା, ବନ୍ଦେ ଉତ୍କଳ ଜନନୀ,

Recent Post

Live Cricket Update