ଅନୁଗୋଳ ରେ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳନ ଅବସରରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲ

ଅନୁଗୋଳ ରେ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳନ ଅବସରରେ ଆରମ୍ଭ ହେଲା ପିଙ୍କ ପେଟ୍ରୋଲ

 

ଜେ ବି ଏନ, ୦୧/୦୪/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରେ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳନ ଅବସରରେ ପିଙ୍କ ପେଟ୍ରୋଲ ଆରମ୍ଭ ହୋଇଯାଇଛି l ଅନୁଗୋଳ ସହରରେ ମହିଳା ମାନଙ୍କର ସୁରକ୍ଷା ନିମନ୍ତେ ଏହି ପିଙ୍କ ପେଟ୍ରୋଲିଂ ବ୍ଯବସ୍ଥା ଆରମ୍ଭ କରାଯାଇଛି l ଅନୁଗୋଳ ସହରରେ ପୋଲିସ ପକ୍ଷରୁ ମହିଳା ମାନଙ୍କ ପାଇଁ ଅସୁରକ୍ଷିତ ଅଞ୍ଚଳକୁ ଚିହ୍ନଟ କରାଯାଇଛି l ତେଣୁ ପୋଲିସ ପକ୍ଷରୁ ଚାରୋଟି ପେଟ୍ରୋଲିଂ ଟିମ୍ ଗଠନ କରି ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଏହି ପିଙ୍କ ପେଟ୍ରୋଲ ର ଗୋଟିଏ ଟିମରେ ଦୁଇ ମହିଳା ପୋଲିସ ଅଧିକାରୀ ଓ ଦୁଇ ପୁରୁଷ ପୋଲିସ ଅଧିକାରୀ ରହିବେ l ଗୋଟିଏ ଟିମ୍ ପାଖରେ ଗୋଟିଏ ମୋଟର ସାଇକେଲ ଓ ଗୋଟିଏ ସ୍କୁଟି ରହିବ l ଏମାନେ ଚିହ୍ନଟ ହୋଇଥିବା ଅସୁରକ୍ଷିତ ଅଞ୍ଚଳରେ ପେଟ୍ରୋଲିଂ କରିବେ l ସୂଚନା ମୁତାବକ ସେମାନେ ଦୁଇଟି ଶିଫ୍ଟ ରେ ଯଥା ସକାଳ ୮ ଟା ରୁ ଦିନ ୧୧ ଟା ଓ ସନ୍ଧ୍ଯା ୫ ଟାରୁ ରାତ୍ରି ୧୦ ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ l ଏଥି ସହିତ ସାଧାରଣ ଲୋକଙ୍କ ମତାମତକୁ ନେଇ ପରେ ସମୟରେ ପରିବର୍ତ୍ତନ ହୋଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ସେମାନେ ସମସ୍ତେ ପୋଲିସ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ି ହୋଇ ରହିବେ ଓ ରାସ୍ତା ଘାଟରେ ମହିଳାଙ୍କୁ ହଇରାଣ ହରକତ କରୁଥିବା ବ୍ୟକ୍ତି ଙ୍କୁ ରୋକିବା ସହ ରାସ୍ତାରେ ଓ ସର୍ବ ସାଧାରଣ ସ୍ଥାନରେ ମଦ ପିଇବା ରୋକିବା ଓ ମହିଳା ମାନଙ୍କ ଫ୍ରି ରେ ଯିବା ଆସିବାରେ ଅସୁବିଧା କରିବା ବ୍ୟକ୍ତିଙ୍କୁ ରୋକିବା କାର୍ଯ୍ୟରେ ନିୟୋଜିତ ହୋଇ ସୁରକ୍ଷା ପ୍ରଦାନ କରିବେ l

Recent Post

Live Cricket Update