ତିନିଦୋଳ ମହୋତ୍ସବ ପାଳିତ 

ତିନିଦୋଳ ମହୋତ୍ସବ ପାଳିତ 

ଜେ. ବି. ଏନ୍ (୦୧/୦୪/୨୦୨୧) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ା ପାଲ ଗ୍ରାମରେ ଆଜି ତା. ୨୮/୦୩ /୨୦୨୧ ରିଖ ଠାରୁ ଆରମ୍ଭ ହୋଇ ତା ୩୧/୦୩ /୨୦୨୧ ରିଖ ପର୍ଯ୍ୟନ୍ତ ଚାଲୁରହିଛି। ଆଜି ଉଦଘାଟନ ସନ୍ଧ୍ୟାରେ ଦୋଳ ରାତିରେ ରାଧା କୃଷ୍ଣ ଠାକୁରଙ୍କୁ ଦୁଇ ମାନରେ ଦୋଳ ରାତିରେ ରଖାଯାଇଛି ।ସେଠାରେ ସନ୍ଧ୍ୟା ଆଳତି କରାଯାଇ ଲଉଡ଼ିଆ ଖେଳ କରାଯାଇଥିଲା।

ଏହା ସନ୍ଧ୍ୟା ୭ ଘଟିକା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏ ବର୍ଷ କୋଭିଡ ନିୟମ ମାନି ଯାତ୍ରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତି ବର୍ଷ ଅପେକ୍ଷା ଏବର୍ଷ ଜନ ସମାଗମ କରାଯାଇ ନ୍ ଥିଲା। ଗ୍ରାମର ସଭାପତି ଚନ୍ଦନ ମହାନ୍ତି ଓ ସମ୍ପାଦକ ପୁରୁଷୋତ୍ତମ ଦାସ ଙ୍କ ତତ୍ବାବଧାନରେ ସମସ୍ତଙ୍କ ଦୋଳ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରାଯଇଥିଲା। ଏଥିରେ ଗ୍ରାମ୍ୟ କମିଟିର ସଭ୍ଯ ବିଚିତ୍ରା ନନ୍ଦ ଦାସ, କୋଦଣ୍ଡ ପରିଡା, ସୁଧାକର ପରିଡା, ଲୋଚନ ସାହୁ ଏଥିରେ ପ୍ରତେକ୍ଷ ଭାବେ ଜଡିତ ହୋଇ ସାହାଯ୍ୟ କରିଥିଲେ।

Recent Post

Live Cricket Update