ଉତ୍କଳ ଦିବସ ଅବସରରେ ଜିଲ୍ଲାପାଳ ଙ୍କ ସ୍ଵଚ୍ଛତା ସଚେତନତା କାର୍ଯ୍ୟକ୍ରମ

 

ଉତ୍କଳ ଦିବସ ଅବସରରେ ଜିଲ୍ଲାପାଳ ଙ୍କ ସ୍ଵଚ୍ଛତା ସଚେତନତା କାର୍ଯ୍ୟକ୍ରମ

(ଜେ ବି ଏନ) (ସୁଶାନ୍ତ କୁମାର /ଶୁଭମ ପାଣି) ୦୧/୦୪/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରେ ଆଜି ଉତ୍କଲ ଦିବସ ଅବସରରେ ଜିଲ୍ଲାପାଳ ଶ୍ରୀ ଭୂମେଷ ଚନ୍ଦ୍ର ବେହେରା ଙ୍କ ଦ୍ଵାରା ସ୍ଵଚ୍ଛତା ର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବାଜି ଚୋକ୍ ଠାରୁ ଆରମ୍ଭ କରି ଶ୍ରୀ ବଲରାମ ଜୀଉ ମନ୍ଦିର ନିକଟସ୍ଥ ପାର୍କ ନିକଟରେ ଶେଷ ହୋଇଥିଲା।

ଏହି କାର୍ଯ୍ୟକ୍ରମ ରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଗଣେଶ ବଜାର ସଭାପତି ବିଶ୍ଵନାଥ ବେହେରା, ଚ୍ୟାମ୍ବର ଅଫ୍ କମର୍ସ ସଦସ୍ୟ, ହେଲପିଙ୍ଗ୍ ହେଣ୍ଡ ସଦସ୍ୟ, ସ୍ୱଛ ସାଥୀ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଙ୍କ ଦ୍ଵାରା ଏକ ସଚେତନତା ରଥ ଉଦଘାଟନ କରିବା ସହ ଏହି ରଥ ସହର ଭ୍ରମଣ କରି ଲୋକଙ୍କୁ ସଚେତନତା କରାଉଥିଲେ। ଜିଲ୍ଲାପାଳ ଙ୍କ ସହ ସମସ୍ତ କର୍ମକର୍ତ୍ତା ସହର ରେ ବୁଲି ଦୋକାନ ଭାଇ ମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନତା କରାଇଥିଲେ ।

Recent Post

Live Cricket Update