



ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଜେ ବି ଏନ, ୦୧/୦୪ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ମାଲକାନଗିରି : ମହାମାରୀ କୋରନା ଯୋଗୁଁ ଅନେକ ଲୋକ ଜୀବିକା ହରାଇଥିଲା ବେଳେ ଅହେତୁକ ବଜାର ଦର ବୃଦ୍ଧି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ବିଜୁଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ।ରାଜ୍ୟ ସରକାର ବର୍ଦ୍ଧିତ ବିଜୁଳି ଦରର ପୁନର୍ବିଚାର କରି ଏହାକୁ ପ୍ରତ୍ୟାହାର କରବା ନିମନ୍ତେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ମହାସଂଘର ରାଷ୍ଟ୍ରୀୟ ସମ୍ପାଦକ କେ.ବାଲରାଜୁ ଆଚାରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।