ଅନୁଗୋଳ ୱାରିଅର୍ସ କ୍ଲବ ତରଫରୁ ଜଳଛତ୍ର
ଜେ ବି ଏନ, ରିପୋର୍ଟ, ଚୈତନ୍ୟ ସାହୁ, ୦୧.୦୪.୨୦୨୧, ଅନୁଗୋଳ : ଅନୁଗୋଳ ସହର ଉପକଣ୍ଠ ୱାରିଅର୍ସ କ୍ଲବ ତରଫରୁ ଜଳଛତ୍ର ଉଦଘାଟିତ ହୋଇଯାଇଛି। ଅନୁଗୋଳ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏହାର ପ୍ରଭାବରେ ଅନୁଗୋଳ ସହର ତତଲା କଡେଇରେ ଭାଜି ହୋଇଯାଉଛି। ଏହାକୁ ଦୃଷ୍ଟିରେ ରଖି ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କୁ ଜଳଛତ୍ର କରି ପାନୀୟ ଜଳ ବଣ୍ଟନ କରାଯାଇଛି। ସକାଳ ୯ଘଟିକା ରୁ ଆରମ୍ଭ କରି ଦିନ ୧ ଘଟିକା ଯାଏ ଏହି ଜଳ ବଣ୍ଟନ କରାଯାଇଥିଲା। ଏହି ଜଳ ଛତ୍ର କ୍ଲବର ସଭାପତି ଗୁନିଲ ନାଏକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସହଯୋଗ କରିଥିଲେ କ୍ଲବର ସମସ୍ତ ସଦସ୍ୟ।