ଆଜି ଓଡିଶା ଆସିବେ ଉପରାଷ୍ଟ୍ରପତି, କଟକ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆଜି ଓଡିଶା ଆସିବେ ଉପରାଷ୍ଟ୍ରପତି, କଟକ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

 

ଜେ ବି ଏନ, ୦୨/୦୪/୨୦୨୧, ଭୁବନେଶ୍ବର : ଆଜି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି l ଆଜି ସକାଳୁ ଏଥିପାଇଁ ଟ୍ୱିନ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଗୁରୁବାର ପୋଲିସ ପକ୍ଷରୁ କାର୍‌କେଡ୍‌ ରିହର୍ସାଲ୍‌ କରାଯାଇଥିବା ଦେଖାଯାଇଛି ।

 

ମିଳିଥିବା ସୂଚନା ଅନୁସାରେ ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କଟକ ସାରଳା ଭବନ ଓ ବାଣୀବିହାରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ । ଉପରାଷ୍ଟପ୍ରତିଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ହୋଇଛି l ଉପ ରାଷ୍ଟ୍ରପତି ଆଜି ୨ ତାରିଖ ପୂର୍ବାହ୍ନ ୯ଟା ୪୫ରେ ବାୟୁସେନାର ବିମାନରେ ହାଇଦ୍ରାବାଦ ବିମାନବନ୍ଦରରୁ ବାହାରି ୧୧ଟା ୧୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ । ତେବେ ରାଜଭବନରେ ଶ୍ରୀ ନାଇଡୁ ବିଶ୍ରାମ କରି ସନ୍ଧ୍ୟା ବେଳେ କଟକ ଯାଇ କାର୍ଯ୍ୟକ୍ରମ ରେ ଯୋଗ ଦେବେ l

 

ଗତକାଲି ଗୁରୁବାର ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ କାରକେଡ୍‌ ମକ୍‌ଡ୍ରିଲ୍‌ ହୋଇଥିଲା । ଏହି ଅଭ୍ୟାସ ସମୟରେ ୨୮ ଟି ଗାଡ଼ି ବ୍ୟବହାର କରା ଯାଇଥିଲା । ଉପ ରାଷ୍ଟ୍ରପତି ବ୍ଲୁ ବୁକ ଗାଇଡ ଲାଇନ ଅନୁସାରେ ଗସ୍ତ କରିବେ l ସୂଚନା ମୁତାବକ ଉପରାଷ୍ଟ୍ରପତି ଯିବା ସମୟରେ ପ୍ରଥମେ ୱାର୍ଣିଂ କାର୍‌, ତାପରେ ଟେକ୍‌ନୋ କାର୍‌ (ଜାମର), ପାଇଲଟ୍‌ କାର୍‌, ଭିଆଇପି କାର୍‌, ଏସ୍କର୍ଟ ୱାନ୍‌ କାର୍‌ରେ ଉପରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷାକର୍ମୀ, ଏସ୍କର୍ଟ ୨ରେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ, ତା’ପଛରେ ୨୦ଟି କାର୍‌ ଯିବ ।

 

ଏସବୁ ଗାଡ଼ିରେ ଉପରାଷ୍ଟ୍ରପତିଙ୍କ ପିଅନ, ଫଟୋଗ୍ରାଫର ଓ ପ୍ରଶାସନିକ ଅଧିକାରୀ ରହିବେ । ଏହା ପଛକୁ ଆମ୍ବୁଲାନ୍ସ, ଫାୟାର ଗାଡି, ସ୍ପେୟାର କାର୍‌ ଯିବ। ତାଙ୍କୁ ବକ୍ସ୍‌ ପାର୍ଟନ୍‌ ସୁରକ୍ଷା ବ୍ୟବସ୍ଥାରେ ନିଆଯିବ । ଉପରାଷ୍ଟ୍ରପତି ଗସ୍ତ ସମୟରେ ତାଙ୍କ ଆଗପଛ କାର୍‌ ଓ ଡାହାଣବାମ କାର୍‌ ବ୍ୟବସ୍ଥାକୁ ବକ୍ସ ପାର୍ଟନ୍‌ ସିକ୍ୟୁରିଟି କୁହାଯାଏ । ସୁରକ୍ଷା ପାଇଁ କଟକ ଓ ଭୁବନେଶ୍ୱରରେ ପୁଲିସ୍‌ ପକ୍ଷରୁ ପ୍ରାୟ ୪୦ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Recent Post

Live Cricket Update