



ସ୍ଵାମୀ ର ମାରଣାଅସ୍ତ୍ର ରେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତ୍ତର
ଜେ ବି ଏନ(ବିନୋଦ କୁମାର /ଶୁଭମ ପାଣି) ୦୨/୦୪/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଡିମିରିଆ ଗାଁରେ ଅଭାବନୀୟ ଘଟଣା।ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର।
ସ୍ଵାମୀ କାମଧନ୍ଦା ନକରି ଘରେ ବସିବାକୁ ନେଇ ପରିବାର ରେ ପ୍ରତିବାଦ କରିବାରୁ ନୃଶଂସ ବାପାର ଏଭଳି କାଣ୍ଡ।ଫାର୍ସା ଚୋଟରେ ସ୍ତ୍ରୀ ମିନାକ୍ଷୀ ରାଉତ ପ୍ରଥମେ ଢେଙ୍କାନାଳ ପରେ କଟକ ସ୍ଥାନାନ୍ତର।ବଡଝିଅ ଅଞ୍ଜଳୀ ରାଉତ ଓ ନାବାଳିକା ଝିଅ ମୋନାଲିସା ରାଉତ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି।ଆକ୍ରମଣ ପରେ ଅଭିଯୁକ୍ତ ବାପା ପ୍ରାଣବନ୍ଧୁ ରାଉତଙ୍କୁ ଗ୍ରାମବାସୀ ମାନେ କାବୁକରି ଘରେ ବନ୍ଦି କରି ରଖିଥିବା ପ୍ରାଥମିକ ସୁଚନା ପ୍ରାପ୍ତ ହୋଇଛି। କାମାକ୍ଷାନଗର ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଖବର ମିଳିଛି।