ଆମ ଅନଗୁଳ ଆମ ଗୌରବ ତରଫରୁ ଉତ୍କଳ ଦିବସ ଓ ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

ଆମ ଅନଗୁଳ ଆମ ଗୌରବ ତରଫରୁ ଉତ୍କଳ ଦିବସ ଓ ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

 

 

ଜେ ବି ଏନ୍, ୦୨/୦୪/୨୦୨୧ (ରିପୋର୍ଟ ସୁବ୍ରତ ସାମଲ) ଅନୁଗୋଳ. ଗୁରୁବାର ଦିନ ଅନୁଗୋଳ ଗାନ୍ଧୀ ମାର୍ଗ ଛକ ସ୍ଥିତ ସରଳୀଆ ଭବନ ଠାରେ ଜନ ଅନୁଷ୍ଠାନ ଆମ ଅନୁଗୋଳ ଆମ ଗୌରବ, ତରଫରୁ ସଭାପତି ଶ୍ରୀ ଚନ୍ଦ୍ରକାନ୍ତ ଧଳଙ୍କ ନେତୃତ୍ବରେ ୧୦୮ ୟୁନିଟ ରକ୍ତ ସଂଗ୍ରହ କରାଗଲା। ରକ୍ତ ଦାତାଙ୍କୁ ନୈତିକ ବଳ ପ୍ରଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ନେତୃ ବୃନ୍ଦ ଯଥା ଅନୁଗୋଳ ମୁଖ୍ୟ ଚିକିତ୍ସାଳୟର ର ଡଃ ସୌମ୍ଯକାନ୍ତ ବିଶୋଇ ଜିଲ୍ଲା ବାଣିଜ୍ଯ ସଂଘ ସାଧାରଣ ସମ୍ପାଦକ ନୀଳାଚଳ ପ୍ରଧାନ, ପତଞ୍ଜଲି ଯୋଗ ସୀମିତ ଅଧ୍ୟକ୍ଷ ଅଭୟ ରାୟ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ କେସରୀ ମିଶ୍ର, ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ ପୂର୍ବତନ ନଗରପାଳ ଓ ନଗର ପାଳିକା ଅକ୍ଷୟ କୁମାର ସାମନ୍ତ, ସୁକାନି ଦାସ, ପୂର୍ବତନ କାଉସିଲର ବଲବିର ସିଂହ, ଅକ୍ଷୟ ଦାସ, ଦେବଦାସୀ ସିଂହ, ରିତେଶ ଦଳବେହେରା, ଅଶୋକ ମାଣ୍ଡଠିଆ, ଜଗଦସ ସାରଳିୟା, ବଜରଙ୍ଗ ଅଗ୍ରୱାଲ ପ୍ରମୁଖ ଉତ୍ସାହିତ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଉପସଭାପତି ଶେଖର ଫିକ, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ସାହୁ, କୋଷାଧ୍ଯକ୍ଷ ଅଶୋକ କୁମାର ମୋଦୀ, ସହ ସମ୍ପାଦକ ଦୀପକ କୁମାର ସାହୁ, ଓ ସମସ୍ତ ଉପଦେଷ୍ଟା ବୃନ୍ଦ ରକ୍ତଦାନ ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ।

Recent Post

Live Cricket Update