ବିଏମସିର ନୂଆ ଗାଇଡ୍‌ଲାଇନ୍‌ 

 ବିଏମସିର ନୂଆ ଗାଇଡ୍‌ଲାଇନ୍‌ 

 

 

ଜେ ବି ଏନ, ରିପୋର୍ଟ୍ ସୁଶାନ୍ତ କୁମାର ନାୟକ, ଭୁବନେଶ୍ବର ୦୨/୦୪/୨୦୨୧, : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ନୂଆ ଗାଇଡ୍‌ଲାଇନ୍‌ ମୁତାବକ ବାହାଘର କାର୍ଯ୍ୟରେ ଅତି ବେଶୀରେ ୧୦୦ ଲୋକଙ୍କୁ ଅନୁମତି ମିଳିବ । ସେହିପରି ଅନ୍ତିମ ସଂସ୍କାର କାର୍ଯ୍ୟ ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ନୂଆ ଗାଇଡଲାଇନ ଏପ୍ରିଲ ୬ ତାରିଖରୁ ଲାଗୁ ହେବା ନେଇ ସୂଚନା ଦେଇଛି ବିଏମ୍‌ସି । ଏହା ସହିତ କୌଣସି ସାମଜିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିବ ନାହିଁ । ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ବିଏମ୍‌ସି ।

 

Recent Post

Live Cricket Update