ଆଜି ଅନୁଗୋଳ ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୫୩୮ରେ ପହଞ୍ଚିଲା – ସୁସ୍ଥ ହେଲେ ୦୫ ଜଣ

ଆଜି ଅନୁଗୋଳ ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ – ପଜିଟିଭ ସଂଖ୍ୟା ୧୨୫୩୮ରେ ପହଞ୍ଚିଲା – ସୁସ୍ଥ ହେଲେ ୦୫ ଜଣ

 

ଜେ ବି ଏନ, ରିପୋର୍ଟ, ସୁଶୀଲ କୁମାର ଆଇଚ, ଅନୁଗୋଳ , ତା.୦୨.୦୪, ୨୦୨୧ : – ଆଜି ଅନୁଗୋଳ ଜିଲ୍ଲାରେ ୧୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫୧ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୫ଜଣ ( ୪ଜଣ ପୁରୁଷ ଓ ୧ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୪ଜଣ ( ୪ଜଣ ପୁରୁଷ ) , ଅନୁଗୋଳ ପୌରାଞ୍ଚଳରୁ ୩ଜଣ ( ୧ଜଣ ପୁରୁଷ ଓ ୨ଜଣ ମହିଳା ) ଓ ତାଳଚେର ବ୍ଲକ ଅଂଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୦୫ଜଣ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି । ପ୍ରକାଶଥାଉକି ଗତକାଲି ଅନୁଗୋଳ ଜିଲ୍ଲାରୁ ୨୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୧ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୦ଜଣ ( ୭ଜଣ ପୁରୁଷ ଓ୩ ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଂଚଳରୁ ୩ଜଣ ( ୩ଜଣ ପୁରୁଷ ) , ପାଲଲହଡା ବ୍ଳକ୍ ଅଂଚଳରୁ ୩ଜଣ ( ୨ଜଣ ପୁରୁଷ୧୫ ଜଣ ମହିଳା ) , ତାଳଚେର ବ୍ଲକ୍ ଅଂଚଳରୁ ୨ଜଣ ( ୨ଜଣ ପୁରୁଷ , ତାଳଚେର ପୌରାଞ୍ଚଳରୁ ୨ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ) , ଅନୁଗୋଳ ବ୍ଲକ ଅଂଚଳରୁ ୧ଜଣ ( ୧ଜଣ ପୁରୁଷ ) , ଅନୁଗୋଳ ପୌରାଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଓ କଣିହାଁ ବ୍ଳକ୍ ଅଂଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି । ସୁସ୍ଥ ହୋଇଥିବା ୦୪ଜଣ ହୋମ ଆଇସୋଲେସନ୍ ରେ ରହିଛନ୍ତି ।

Recent Post

Live Cricket Update