



ଭାରତରେ ଗୋଟିଏ ଦିନରେ ଗତ ୨୪ ଘଣ୍ଟାରେ ରେକର୍ଡ ପରିମାଣର ୩୬.୭ ଲକ୍ଷ ଡୋଜ୍ ଟିକା ଦିଆଯାଇଛି
ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡ଼ୁ, କେରଳ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ଦୈନିକ କରୋନା ମାମଲା ବୃଦ୍ଧି ହେଉଛି
ଜେ ବି ଏନ, ୦୨/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଟିକାକରଣ ଅଭିଯାନରେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ଭାରତରେ ୩୬.୭ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି ।
ଟିକାକରଣ ଅଭିଯାନର ୭୬ତମ ଦିବସ (୧ ଏପ୍ରିଲ ୨୦୨୧)ରେ ୩୬,୭୧,୨୪୨ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୫୧,୨୧୫ ସେସନରେ ୩୩,୬୫,୫୯୭ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୩,୦୫,୬୪୫ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
Date: 1st April,2021
HCWs
FLWs
45 to < 60 years with Co-morbidities
Over 60 years
Total Achievement
1stDose
2ndDose
1stDose
2nd Dose
1stDose
2ndDose
1stDose
2ndDose
1stDose
2ndDose
45,976
33,860
1,78,850
1,51,838
19,46,948
21,552
11,93,823
98,395
33,65,597
3,05,645
ଆଜି ସକାଳ ୭ଟା ସୁଦ୍ଧା ୧୧,୩୭,୪୫୬ ସେସନରେ ୬.୮୭ କୋଟି (୬,୮୭,୮୯,୧୩୮)ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି ୮୩,୦୬,୨୬୯ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୨,୮୪,୫୬୪ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୯୩,୫୩,୦୨୧ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୪୦,୯୭,୬୩୪ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୯୭,୮୩,୬୧୫ ଜଣଙ୍କୁ ପ୍ରଥମ ଡୋଜ୍, ୩୯,୪୦୧ଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୩,୧୭,୦୫,୮୯୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨,୧୮,୭୪୧ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ ।
HCWs
FLWs
45 to <60 years with Co-morbidities
Over 60 years
Total
1st Dose
2nd Dose
1st Dose
2nd Dose
1st Dose
2nd dose
1st Dose
2nd Dose
83,06,269
52,84,564
93,53,021
40,97,634
97,83,615
39,401
3,17,05,893
2,18,741
6,87,89,138
ମୋଟ ଟିକାକରଣରୁ ୫୯.୫୮% ଡୋଜ୍ ଦିଆଯାଇଛି ଆଠଟି ରାଜ୍ୟରେ । ଭାରତରେ ଦିଆଯାଇଥିବା ମୋଟ ଡୋଜର ୯.୪୮% କେବଳ ଦିଆଯାଇଛି ମହାରାଷ୍ଟ୍ରରେ ।
https://static.pib.gov.in/WriteReadData/userfiles/image/image0016N03.jpg
ଆଠଟି ରାଜ୍ୟ; ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡ଼ୁ, କେରଳ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ଦୈନିକ ନୂଆ କରୋନା ମାମଲାରେ ବୃୃଦ୍ଧି ପରିଲକ୍ଷିତ ହୋଇଛି । ନୂଆ ମାମଲାରୁ ୮୧.୨୫% ଏହି ସବୁ ରାଜ୍ୟରୁ ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୮୧,୪୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୪୩,୧୮୩ ମାମଲା ଆସିଛି । ଏହା ପଛକୁ ଛତିଶଗଡ଼ରେ ୪,୭୧୭ ଏବଂ କର୍ଣ୍ଣାଟକରେ ୪୨୩୪ ନୂଆ ମାମଲା ଆସିଛି ।
https://static.pib.gov.in/WriteReadData/userfiles/image/image0025JP3.jpg
ନିମ୍ନରେ ସୂଚିତ ୧୦ଟି ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ରହିଛି ।
https://static.pib.gov.in/WriteReadData/userfiles/image/image003WU66.jpg
https://static.pib.gov.in/WriteReadData/userfiles/image/image0049E9D.jpg
ଭାରତରେ ଆଜି ମୋଟ ସକ୍ରିୟ କରୋନା ମାମଲା ୬,୧୪,୬୯୬ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୫% । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୩୦,୬୪୧ ବୃଦ୍ଧି ହୋଇଛି ।
ଦେଶରେ ଥିବା ମୋଟ ସକ୍ରିୟ ମାମଲା ମଧ୍ୟରୁ ୭୭.୯୧% ଆସିଛି ପାଞ୍ଚଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, କେରଳ ଏବଂ ପଞ୍ଜାବରୁ । ଦେଶର ମୋଟ ସକ୍ରିୟ ମାମଲା ମଧ୍ୟରୁ ପ୍ରାୟ ୬୦% (୫୯.୮୪%) ରହିଛି କେବଳ ମହାରାଷ୍ଟ୍ରରେ ।
https://static.pib.gov.in/WriteReadData/userfiles/image/image005M2WM.jpg
ଭାରତରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୫,୨୫,୦୩୯ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ରହିଛି ୯୩.୬୮% ।
ଗତ ୨୪ ଘଣ୍ଟା ମଧ୍ୟରେ ୫୦,୩୫୬ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ ମୃତୁ୍ୟ ହୋଇଛି ।
ଏହି ମୃତୁ୍ୟରୁ ୮୩.୧୬% ହୋଇଛି ଛଅଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୨୪୯ ଜଣ ଏବଂ ଏହା ପଛକୁ ପଞ୍ଜାବରେ ୫୮ ଜଣଙ୍କ ମୃତୁ୍ୟ ହୋଇଛି ।
https://static.pib.gov.in/WriteReadData/userfiles/image/image006DA7G.jpg
୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା, ଓଡ଼ିଶା, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ସିକିମ, ଲାକ୍ଷାଦ୍ୱୀପ, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।