ଯଜ୍ଞପତି ଫାଉଣ୍ଡେସନ ଓ ହେଲ୍ପିଂ ହ୍ୟାଣ୍ଡ ୟୁଥ୍ କ୍ଳବ୍ ପକ୍ଷରୁ ଅସହାୟ କାଙ୍ଗାଳି ସ୍ବାଇଁଙ୍କୁ ରାସନ ସାମଗ୍ରୀ ଓ ବସ୍ତ୍ର ବଣ୍ଟନ

ଯଜ୍ଞପତି ଫାଉଣ୍ଡେସନ ଓ ହେଲ୍ପିଂ ହ୍ୟାଣ୍ଡ ୟୁଥ୍ କ୍ଳବ୍ ପକ୍ଷରୁ ଅସହାୟ କାଙ୍ଗାଳି ସ୍ବାଇଁଙ୍କୁ ରାସନ ସାମଗ୍ରୀ ଓ ବସ୍ତ୍ର ବଣ୍ଟନ !

 

 

ସରକାରଙ୍କ ତରଫରୁ ପକାଘର ଏବଂ ରାସନ କାର୍ଡ ମାଧ୍ୟମରେ ୫ କିଲୋ ବଦଳରେ ୨୫ କିଲୋ ଚାଉଳ ଯୋଗାଇବା ପାଇଁ ଦାବି

 

 

 

 

ଜେ ବି ଏନ, ୦୩/୦୪/୨୦୨୧, (ରିପୋର୍ଟ୍ଟ , ଜ୍ୟୋତି ରଞ୍ଜନ ପରିଡା) , ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ତ୍ରିଲୋଚନପୁର ଗ୍ରାମର ଅସହାୟ କାଙ୍ଗାଳି ସ୍ଵାଇଁଙ୍କୁ ସହାୟତାର ହାତ ବଢ଼ାଇଲା ଯଜ୍ଞପତି ଫାଉଣ୍ଡେସନ,ପଙ୍କପାଳ ଓ ହେଲ୍ପିଁ ହ୍ୟାଣ୍ଡ ୟୁଥ୍ କ୍ଳବ୍ । କାଙ୍ଗାଳି ସ୍ଵାଇଁ ଜଣେ ଅସହାୟ ଗରିବ ବ୍ୟକ୍ତି ! ବୟସ ୭୫ ଟପିଲାଣି । ଚାଳ ଛପର ଝୁମ୍ପୁଡ଼ି ଘରେ ବିତୁଛି ଜୀବନ । ସରକାରଙ୍କ ତରଫରୁ ଅସହାୟ ଗରିବ ଲୋକଙ୍କୁ ଘର ମିଳୁଥିବା ବେଳେ ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ଘର ଖଣ୍ଡେ ମିଳିନାହିଁ। ସରକାରଙ୍କ ତରଫରୁ ରାସନ କାର୍ଡ ମାଧ୍ୟମରେ ୫କିଲୋ ଚାଉଳ ସମୁଦ୍ରକୁ ଶଙ୍ଖେ ମାତ୍ର । କିଛି ଦିନ ତଳେ ସମାଜ ସେବା ସଂଙ୍ଗଠନ ପରିବାର ଢିଙ୍କିଆ ପକ୍ଷରୁ ସରକାରଙ୍କ ତରଫରୁ ଆବାସ ଘର ଓ ରାସନ କାର୍ଡ଼ ମାଧ୍ୟମରେ ୫ କିଲୋ ଚାଉଳ ବଦଳରେ ୨୫ କିଲୋ ଚାଉଳ ଯୋଗାଇଦେବା ପାଇଁ ଦାବି କରାଯାଇଥିଲା । ଏ ବିଷୟରେ ଗଣ ମାଧ୍ୟମରେ ଖବର ପ୍ରସାରଣ ହେବା ପରେ । ପଙ୍କପାଳର ଯଜ୍ଞପତି ଫାଉଣ୍ଡେସନ ଓ ହେଲ୍ପିଂ ହ୍ୟାଣ୍ଡ ୟୁଥ୍ କ୍ଳବ୍ ପକ୍ଷରୁ ମାଗଣା ରାସନ ସାମଗ୍ରୀ ଏବଂ ବସ୍ତ୍ର ବଣ୍ଟନ କରିବା ସହିତ ସରକାରଙ୍କ ତରଫରୁ ଅସହାୟ କାଙ୍ଗାଳି ସ୍ୱାଇଁଙ୍କୁ ତୁରନ୍ତ ପକାଘର ଓ ରାସନ କାର୍ଡ ମାଧ୍ୟମରେ ୫ କିଲୋ ଚାଉଳ ବଦଳରେ ୨୫ କିଲୋ ଚାଉଳ ଯୋଗାଇଦେବା ପାଇଁ ଯଜ୍ଞପତି ଫାଉଣ୍ଡେସନ ପକ୍ଷରୁ ସଂଯୋଜିକା ପ୍ରିୟଙ୍କା ଦାସ,ସଂଯୋଜକ ରାଜକିଶୋର ସାହୁ,ସାଗର ମହାନ୍ତି,ନିବେଦିତା ମହାନ୍ତି,ପ୍ରଶାନ୍ତ ସାହୁ ଏବଂ ହେଲ୍ପିଂ ହ୍ୟାଣ୍ଡ ୟୁଥ୍ କ୍ଳବ୍ ର ସଭାପତି ସୁବୋଧ ପଲାଇ,ସୌମ୍ୟ ରଂଜନ ଚୌଧୁରୀ,ଓ ସମାଜ ସେବା ସଙ୍ଗଠନ ପରିବାରର ସକ୍ରିୟ ସଦସ୍ୟ ଫିରୋଜ ବେଉରା ପ୍ରମୁଖ ଦାବି କରିଛନ୍ତି !

Recent Post

Live Cricket Update