ଗଞ୍ଜେଇ ଜବତ ସହିତ ଜଣେ ବେପାରୀ ଗିରଫ

ଗଞ୍ଜେଇ ଜବତ ସହିତ ଜଣେ ବେପାରୀ ଗିରଫ

(ଜେ. ବି. ଏନ୍), ରିପୋର୍ଟ, ପ୍ରିୟବ୍ରତ ସାମଲ /ସୁଶାନ୍ତ କୁମାର ସାମଲ , ୦୩.୦୪.୨୦୨୧, ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳଶାସନ ଗ୍ରାମ ରେ କାଲି ସକାଳ ପ୍ରାୟ ୭ ଟା ସମୟରେ ଅନୁଗୋଳ ଅବକାରୀ ମୋବଇଲ୍ ସ୍କ୍ୱାର୍ଡ ଓ ସଦର ରେଞ୍ଜ୍ କର୍ମଚାରୀ ଙ୍କ ଦ୍ଵାରା ୨୮ କେଜି ଗଞ୍ଜେଇ ସହିତ ଜଣେ ଗିରଫ। ସୂଚନା ମୁତାବକ ତଳମୂଳ ଗ୍ରାମ ର ରମେଶ ଚନ୍ଦ୍ର ନାଥ (୬୨) ଙ୍କ ଘର ଉପରେ ଚଢ଼ାଉ କରି ଦୁଇଟି ବସ୍ତାରେ ଥିବା ୨୮ କେଜି ଗଞ୍ଜେଇ ଜବତ କରିଥିବାବେଳେ ଗଞ୍ଜେଇ ର ମୂଲ୍ୟ ୧ ଲକ୍ଷ ଟଙ୍କା ରୁ ଅଧିକ ହୋଇଥିବା ଜଣାପଡିଛି। ରମେଶ ଚନ୍ଦ୍ର ନାଥ ଙ୍କୁ ଏହି ଘଟଣା ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Recent Post

Live Cricket Update