Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

ବାଚସ୍ପତିଙ୍କୁ ଚପଲ ଫିଙ୍ଗିଲେ

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

 ବାଚସ୍ପତିଙ୍କୁ ଚପଲ ଫିଙ୍ଗିଲେ

ଜେ ବି ଏନ, ୦୩/୦୪/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୂବନେଶ୍ୱର: ଶନିବାର ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବିଧାନସଭା ଭଳି ଏକ ପବିତ୍ର ଗୃହରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଛି । ବିଧାନସଭାରେ ବିଜେପି ସଦସ୍ୟମାନେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗିଛନ୍ତି । ଖାଲି ସେତିକି ନୁହେଁ ଇୟର ଫୋନ ଓ କାଗଜ ମଧ୍ୟ ଫିଙ୍ଗିଛନ୍ତି । ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ଏକ ବୈଦୁ୍ୟତିକ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗାଯାଇଥିବା ବିଷ୍ଣୁ ସେଠୀ କହିଛନ୍ତି । କିଏ ଜଣେ ନୂଆ ବିଧାୟକ ଚପଲ ଫିଙ୍ଗିଥିବା ସେ କହିଛନ୍ତି । ତେବେ ସେ ଚପଲ ଫିଙ୍ଗିନଥିବା ବିଷ୍ଣୁ ସେଠୀ କହିଛନ୍ତି । କଲମ ଓ ହେଡଫୋନ ଫିଙ୍ଗିଥିବା ସେ ସ୍ୱୀକାର କରିଛନ୍ତି । ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହେବା ପରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗାଯାଇଥିଲା । ଅନ୍ୟପକ୍ଷରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ମୁଲତବୀ ଘୋଷଣା କରିଛନ୍ତି ।

ପ୍ରକାଶ ଯେ, ଶନିବାର ବିଧାନସଭାରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହୋଇଯାଇଛି । ବିରୋଧୀଙ୍କ ହୋହାଲ୍ଲା ଭିତରେ ଲୋକାୟୁକ୍ତ ସଂଶୋଧନ ବିଲ ପାରିତ ହୋଇଯାଇଛି । ଫଳରେ ଏଣିକି ଲୋକାୟୁକ୍ତ ସଦସ୍ୟଙ୍କୁ ଓଡ଼ିଶାରେ ପୁନଃ ନିଯୁକ୍ତି ମିଳିବ ନାହିଁ । ତେବେ ସଂଶୋଧିକ ବିଲ ଅନୁସାରେ ଅନ୍ୟ ରାଜ୍ୟରେ ନିଯୁକ୍ତି ପାଇପାରିବେ । ପୂର୍ବରୁ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଓଡ଼ିଶା ସହ ସମଗ୍ର ଦେଶରେ ନିଯୁକ୍ତି ବ୍ୟବସ୍ଥା ଥିଲା ।

Recent Post

Live Cricket Update

× How can I help you?