



• ଆଠ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ କରୋନା ମାମଲାରେ ବୃଦ୍ଧି ହେଉଛି
• ସକ୍ରିୟ ମାମଲାରେ ବୃଦ୍ଧି କ୍ଷେତ୍ରରେ ଉଦବେଗଜନ ରାଜ୍ୟ
ଜେ ବି ଏନ, ୦୩/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : କୋଭିଡ-୧୯ ବିରୋଧରେ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ୭-୩ କୋଟିରୁ ଅଧିକ ଡୋଜ୍ ଟିକା ଲୋକଙ୍କୁ ଦିଆସରିଲାଣି ।
ଆଜି ସକାଳ ୭ଟା ସୁଦ୍ଧା ୧୧,୫୩,୬୧୪ ସେସନରେ ୭,୩୦,୫୪,୨୯୫ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୮୯,୩୨,୬୪୨ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୫୨,୯୬,୬୬୬ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୯୫,୭୧,୬୧୦ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୩୯,୯୨,୦୯୪ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ଆକ୍ରାନ୍ତ ୪,୪୫,୭୭,୩୩୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୬,୮୩,୯୪୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
ମୋଟ ଟିକାକରଣ ମଧ୍ୟରୁ ୬ କୋଟି (୬,୩୦,୮୧,୫୮୯) ପ୍ରଥମ ଡୋଜ୍ ଏବଂ ପ୍ରାୟ ୧ କୋଟି (୯୯,୭୨,୭୦୬) ପାଖାପାଖି ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
HCWs
FLWs
Over 45 years
Total
1st Dose
2nd Dose
1st Dose
2nd Dose
1st Dose
2nd Dose
89,32,642
52,96,666
95,71,610
39,92,094
4,45,77,337
6,83,946
7,30,54,295
ଟିକାକରଣ ଅଭିଯାନର ୭୭ତମ ଦିବସ (୨ ଏପ୍ରିଲ ୨୦୨୧)ରେ ୩୦,୯୩,୭୯୫ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୩୫,୬୨୪ ସେସନରେ ୨୮,୮୭,୭୭୯ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨,୦୬,୦୧୬ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
Date: 2nd April,2021
HCWs
FLWs
Over 45 years
Total Achievement
1stDose
2ndDose
1stDose
2nd Dose
1stDose
2ndDose
1stDose
2ndDose
43,439
18,712
92,887
44,569
27,51,453
1,42,735
28,87,779
2,06,016
ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ମଧ୍ୟପ୍ରଦେଶକୁ ମିଶାଇ ମୋଟ ଆଠଟି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ନୂଆ ମାମଲା ମଧ୍ୟରୁ ୮୧.୨୪% ଏସବୁ ଆଠଟି ରାଜ୍ୟରୁ ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୮୯,୧୨୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୪୭,୯୧୩ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ କର୍ଣ୍ଣାଟକରେ ୪୯୯୧ ଏବଂ ଛତିଶଗଡ଼େରେ ୪୧୭୪ ମାମଲା ଚିହ୍ନଟ ହୋଇଛି ।
ନିମ୍ନରେ ସୂଚିତ ଗ୍ରାଫରେ ୧୨ଟି ରାଜ୍ୟରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଉଥିବା ଦର୍ଶାଯାଇଛି ।
ଭାରତରେ ମୋଟ ସକ୍ରିୟ କରୋନା ମାମଲା ୬,୫୮,୯୦୯ରେ ପହଞ୍ଚିଛି । ଦେଶର ମୋଟ ପଜିଟିଭ୍ ମାମଲାର ଏହା ୫.୩୨% । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୪୪,୨୧୩ ବୃଦ୍ଧି ହୋଇଛି ।
ଗତ ଦୁଇ ମାସ (୩ ଫେବ୍ରୁଆରୀ ୨୦୨୧-୦୩ ଏପ୍ରିଲ ୨୦୨୧)ରେ ଅଧିକ ସକ୍ରିୟ ମାମଲା ଥିବା ୧୦ଟି ରାଜ୍ୟର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି । ଏହି ଅବଧିରେ ସକ୍ରିୟ ମାମଲା ସବୁଠାରୁ ଅଧିକ ମହାରାଷ୍ଟ୍ରରେ ୯ ଗୁଣା ବୃଦ୍ଧି ପାଇଛି । ପ୍ରତିଶତ ହିସାବରେ ପଞ୍ଜାବରେ ସକ୍ରିୟ ମାମଲା ସର୍ବାଧିକ ବୃଦ୍ଧି ପାଇଛି ।
ଦେଶର ମୋଟ ସକ୍ରିୟ କରୋନା ମାମଲାର ୭୭.୩% ରହିଛି ପାଞ୍ଚଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, କେରଳ ଏବଂ ପଞ୍ଜାବରେ । ଦେଶର ମୋଟ ସକ୍ରିୟ ମାମଲାର ୬୦% (୫୯.୩୬%) କେବଳ ମହାରାଷ୍ଟ୍ରରେ ରହିଛି ।
ଦେଶର ମୋଟ ସକ୍ରିୟ ମାମଲାର ୫୦% ରହିଛି ୧୦ଟି ଜିଲ୍ଲାରେ ।
କ୍ୟାବିନେଟ ସଚିବ ରାଜୀବ ଗଉବା ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ପୁଲିସ ଡିଜି ଏବଂ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ଦୈନିକ କରୋନା ସଂକ୍ରମଣ ଓ ମୃତୁ୍ୟହାର ବୃଦ୍ଧି ପାଉଥିବା ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା । ଟେଷ୍ଠିଂ, କଡ଼ା କଣ୍ଟେନମେଣ୍ଟ, ତ୍ୱରିତ କଣ୍ଟାକ୍ଟ ଟ୍ରେସିଂ, କୋଭିଡ ନିୟମ ପ୍ରଣୟନ, ସ୍ଥିରୀକୃତ ଚିକିତ୍ସା ବ୍ୟବସ୍ଥା ଆଦିକୁ ଗୁରୁତ୍ୱ ଦେବାକୁ ‘ଉଦବେଗଜନକ ରାଜ୍ୟ’ ଭାବେ ଚିହ୍ନଟ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏବଂ କୋଭିଡ-୧୯ର ମୁକାବିଲା ଦିଗରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଜାରି ରହିବ ବୋଲି ବୈଠକରେ କୁହାଯାଇଥିଲା ।
ଭାରତରେ ଆଜି ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୫,୬୯,୨୪୧ ରହିଛି । ଜାତୀୟ ସୁସ୍ଥତା ହାର ରହିଛି ୯୩.୩୬% ।
ଗତ ୨୪ ଘଣ୍ଟା ମଧ୍ୟରେ ୪୪,୨୦୨ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୧୪ ଜଣଙ୍କର କରୋନାରେ ପ୍ରାଣ ଯାଇଛି ।
ଏହି ମୃତୁ୍ୟରୁ ୮୫.୮୫% ହୋଇଛି ଛଅଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୪୮୧ ଜଣଙ୍କ ମୃତୁ୍ୟ ହୋଇଛି । ଏହା ପଛକୁ ଗୋଟିଏ ଦିନରେ ପଞ୍ଜାବରେ ୫୭ ଜଣଙ୍କ ମୃତୁ୍ୟ ହୋଇଛି ।
୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ରେ କୌଣସି ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଓଡ଼ିଶା, ଆସାମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ସିକିମ, ଲାକ୍ଷାଦ୍ୱୀପ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।