ବ୍ୟାରିକେଡରେ ଫସିଗଲା 4 ବର୍ଷ ନାବାଳିକାର ମୁଣ୍ଡ
ଜେ ବି ଏନ, ୦୪/୦୪/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ପୁରୀ : ବ୍ୟାରିକେଡରେ ଫସିଲା ନାବାଳିକାର ମୁଣ୍ଡ। ବହୁ କସରତ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ବହୁ ସମୟ ଧରି ବ୍ୟାରିକେଡରେ ରହିଯାଇଥିଲା ମୁଣ୍ଡ। ପୁରୀ ବଡ଼ ଦାଣ୍ଡରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନାନୁସାରେ, ଭବାନୀପାଟଣାରୁ ପୁରୀ ଆସିଥିଲେ ନାବାଳିକାଙ୍କ ପରିବାର ଲୋକ। ପୁରୀରେ ଠାକୁର ଦର୍ଶନ କରିବା ଲାଗି ଜମିଥିଲା ପ୍ରବଳ ଭିଡ଼। ତେବେ ଚପଲ ଷ୍ଟାଣ୍ଡ ବାରିକେଡରେ କୌଣସି କାରଣରୁ ସେ ଫସିଯାଇଥିଲେ। ବହୁ ସମୟ ଧରି ଲୁହା ରଡ୍ ଫାଙ୍କରେ ଶିଶୁ କନ୍ୟାର ମୁଣ୍ଡ ଅଟକି ଯାଇଥିଲା। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଲୁହାରଡ କାଟି ଶିଶୁକୁ ଇଦ୍ଧାର କରାଯାଇଛି। ତେବେ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ବହୁ କସରତ ପରେ ଝିଅର ଜୀବନ ବଞ୍ଚିଯାଇଥିବା କୁହାଯାଉଛି।