



ପିପିଲି ଉପ ନିର୍ବାଚନ ପାଇଁ ନିଜ ଦଳରୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ସୁଶାନ୍ତ କୁମାର ସିଂହ
ଜେ. ବି. ଏନ୍ (୦୪/୦୪/୨୦୨୧) ରିପୋର୍ଟ, ବିନୋଦ କୁମାର ନାୟକ, ପିପିଲି : ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ଅବସରରେ ଆଜି ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଥିଲେ ଭଟଲି ବିଧାୟକ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ସିଂହ ଦଳୀୟ ପ୍ରାର୍ଥୀ ଶ୍ରୀ ରୁଦ୍ର ପ୍ରତାପ ମହାରଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ । ଶ୍ରୀ ସିଂହ ଙ୍କ ସହିତ ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ବିଶ୍ବାଳ, ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମାନ୍ୟବର କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ସ୍ଥାନୀୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।