



ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ କୋଭିଡ୍ ନିର୍ଦ୍ଦେଶନାମା,ବାହାଘରେ କେବଳ ୧୦୦ ଅତିଥି, ଦିଆଯିବ ପ୍ୟାକେଟ ଖାଦ୍ୟ
ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୦୫.୦୪.୨୦୨୧)-: କରୋନା ନିୟନ୍ତ୍ରଣ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଆସିଛି ।ଏ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ।ଏଣିକି ବାହାଘରେ ଉତ୍ସବରେ କେବଳ ୧୦୦ଜଣ ଲୋକଙ୍କୁ ସାମିଲ ପାଇଁ ଅନୁମତି ମିଳିବ । ବିବାହ ଉତ୍ସବରେ ଅତିଥିଙ୍କୁ ପ୍ୟାକେଟ ଖାଦ୍ୟ ଯୋଗାଇ ଦିଆଯିବ । ଏହି ନିର୍ଦ୍ଦେଶ କଡାକଡି ଭାବେ ପାଳନ କରାଯିବ ।ପୂର୍ବରୁ ଜିଲ୍ଲା ପ୍ରଶାସନ ଦଣ୍ଡନାଚରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୨୫ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାରେ ମୁଣ୍ଡନକୁ ବାରଣ କରାଯାଇଛି ।