ପୁଣି ହସ୍ପିଟାଲରେ ନିଆଁ

 ପୁଣି ହସ୍ପିଟାଲରେ ନିଆଁ

ଜେ ବି ଏନ, ୦୫/୦୪/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି,), ନୂଆଦିଲ୍ଲୀ ୦୫/୦୪: ମଧ୍ୟପ୍ରଦେଶ ଉଜ୍ଜୟିନୀର ଫ୍ରିଗଞ୍ଜରେ ଥିବା ଏକ ଘରୋଇ ହସ୍ପିଟାଲର କୋଭିଡ୍‌ ୱାର୍ଡରେ ରବିବାର ଅଗ୍ନିକାଣ୍ଡ ଘଟିଛି । ଏହାଯୋଗୁ ୪ ଜଣ ରୋଗୀ ଗୁରୁତର ହୋଇପଡିଛନ୍ତି । ଘଟଣା ସମୟରେ ହସ୍ପିଟାଲରେ ୮୦ ଜଣ ରୋଗୀ ଥିଲେ । ସେମାନଙ୍କ ମଧ୍ୟରେ ୬୨ ଜଣ କୋଭିଡ୍‌ ରୋଗୀ ସାମିଲ । ସେମାନଙ୍କୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଟ୍‌ସର୍କିଟ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।

ରିପୋର୍ଟ ଅନୁସାରେ ଫ୍ରିଗଞ୍ଜରେ ଉମାଶଙ୍କର ପାଟିଦାରଙ୍କର ପାଟିଦାର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ନାମରେ ଏକ ହସ୍ପିଟାଲ ଅଛି । ଦୁଇ ମହଲାର ଏହି ଘରୋଇ ହସ୍ପିଟାଲକୁ ଜିଲ୍ଲା ସାରାରୁ ରୋଗୀ ଆସିଥାନ୍ତି । ରବିବାର ସକାଳ ପ୍ରାୟ ୧୧.୩୦ ମିନିଟ୍‌ ସମୟରେ ହସ୍ପିଟାଲର ଉପର ମହଲାରେ ଥିବା କୋଭିଡ୍‌ ୱାର୍ଡରେ ମୁତୟନ ଜଣେ ୱାର୍ଡ ବୟ ସେଠାରୁ ଧୂଆଁ ଉଠୁଥିବାର ଦେଖି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । କେହି କିଛି କରିବା ପୂର୍ବରୁ ପୂରା ହସ୍ପିଟାଲ ଧୂଆଁମୟ ହୋଇଯାଇଥିଲା । ତେଣୁ ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା । ୨୦ଟି ଆମ୍ବୁଲାନ୍ସ ସହାୟତାରେ ସେମାନଙ୍କୁ ଅନ୍ୟ ହସ୍‌ପିଟାଲକୁ ପଠାଯାଇଥିଲା । ତେବେ ୪ଜଣ ରୋଗୀ ଗୁରୁତର ହୋଇପଡିଥିଲେ । ଅଗ୍ନିଶମ ବିଭାଗର ୪ଟି ଗାଡ଼ି ପହଞ୍ଚି ଅଧ ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ । ଅନ୍ୟପଟେ ହସ୍ପିଟାଲରେ ଫାୟାର ଆଲାର୍ମ ସିଷ୍ଟମ ଲାଗିଥିଲା, କିନ୍ତୁ ଅଗ୍ନିକାଣ୍ଡ ସମୟରେ ତାହା ବାଜିନଥିଲା । ତେଣୁ ହସ୍ପିଟାଲର ନିରାପତ୍ତା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ସେପଟେ ମହାରାଷ୍ଟ୍ର ମୁମ୍ବାଇର ଦାହିସର କୋଭିଡ ସେଣ୍ଟରରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁକୁ ଆଣିପାରିଥଲେ । ଏହି କୋଭିଡ ସେଣ୍ଟରରେ ଥିବା କରୋନା ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବା ପଛର କାରଣ ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।

Recent Post

Live Cricket Update