ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ଦାବିରେ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ସହ ଦାବିପତ୍ର 

ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟାହାର ଦାବିରେ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ସହ ଦାବିପତ୍ର 

 

ଜେ ବି ଏନ, ୦୫/୦୪ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ/ ଶୁଭମ ପାଣି ), ଢେଙ୍କାନାଳ : ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ସରୋଜ କୁମାର ପଟନାୟକଙ୍କ ନେତୃତ୍ୱରେ ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ଆଜି ତା ୦୫.୦୪.୨୦୨୧ (ସୋମବାର ) ଦିନ ସକାଳ ୦୯ ଘଟିକା ଠାରୁ ୧ ଘଟିକା ପର୍ଯ୍ୟନ୍ତ ଢେଙ୍କାନାଳ ମୁଖ୍ୟ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖଠାରେ ଶାନ୍ତି ପୂର୍ଣ୍ଣ ଗଣ ଧାରଣା ଦିଆଯିବା ସହ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ମୁଖ୍ୟ ବିଦ୍ୟୁତ ଅଧିକାରୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସୂଚନା ମୁତାବକ ଗତ ୨୦୧୬ ମସିହାର ବିମୁଦ୍ରାୟନ ଓ ପରେ ପରେ ମହାମାରୀ କରୋନା ହେତୁ ସବୁବର୍ଗର ବିଶେଷତଃ ମଧ୍ୟବିତ , ନିମ୍ନ ମଧ୍ୟବିତ , ଗରିବ , ଚାଷୀ ତଥା ବିଦ୍ୟୁତ୍ ବ୍ୟବହାକାରୀ ଅଣୁ , କ୍ଷୁଦ୍ର , ମଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି । କ୍ରୟଶକ୍ତି ହ୍ରାସ ପାଇବାରେ ଲାଗିଛି । ସେହି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ ନିୟାମକ ଆୟୋଗ ବିଦ୍ୟୁତ୍ ଦେୟ ବୃଦ୍ଧି ଘଟାଇଛନ୍ତି । ବିଶେଷତଃ ‘ ଟାଟା ବିଦ୍ୟୁତ୍ ବିତରକ ସଂସ୍ଥା ” ବିତରଣ ଦାୟିତ୍ବ ଦେବା ପରଠାରୁ ଏ ମଧ୍ୟରେ ୟୁନିଟ୍ ପିଛା ଗତ ୭ ମାସ ମଧ୍ୟରେ ୨ ଥରରେ ୫୦ ପଇସା ଦର ବୃଦ୍ଧି ବଢ଼ାଇଛନ୍ତି । ଗତ ଥର ୨୦ ପଇସା ଓ ଏବେ ଏପ୍ରିଲ ମାସ ଠାରୁ ୟୁନିଟ୍ ପିଛା ୩୦ ପଇସା ଦର ବୃଦ୍ଧି ଘଟାଇଛନ୍ତି । ଆପଣଙ୍କ ଅବଗତି ନିମନ୍ତେ ଜଣାଇଅଛୁ କି ଓଡ଼ିଶା ଏକ ବିଦ୍ୟୁତ୍ ଆମଦାନକାରୀ ରାଜ୍ୟ ଭାବେ ପରିଚିତ । ଏଠାରେ କୋଇଲା ଓ ପାଣି ଶସ୍ତା ଓ ସୁବିଧାରେ ମିଳିଥାଏ । ଜଳ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ ଖୁବ୍ କମ୍ ହୋଇଥିବାରୁ ସମସ୍ତ ବିଦ୍ୟୁତ୍ ଉତ୍ପାଦନର କ୍ରୟ ୟୁନିଟ୍ ପିଛା ୩୦ ପଇସା ପଢିଥାଏ । ଅଥଚ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ଶୁକ୍ସ , ବିଦ୍ୟୁତ୍ କର ନିମନ୍ତେ ସବୁ ମିଶାଇ ୨୦୦ ୟୁନିଟ୍ ବ୍ୟବହାର କରୁଥିବା ପ୍ରତ୍ୟେକ ଉପଭୋକ୍ତା ୟୁନିଟ୍ ପିଛା ଟ . ୫.୬୦ ପଇସ ଓ ୪୦୦ ୟୁନିଟ୍ ବା ତଦୂର୍ଣ୍ଣ ବିଦ୍ୟୁତ୍ ବ୍ୟବହାର ପାଇଁ ୟୁନିଟ୍ ପିଛା ଟ . ୬.୨୦ ପଇସା ଦେବାକୁ ହେଉଛି । ଏହା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ । ଜନସାଧାରଣଙ୍କ ହିତ ଦୃଷ୍ଟିରୁ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଆମେ ଦାବୀ କରୁ ଯେ ଏହି ବର୍ଦ୍ଧିତ ଦରି ପ୍ରତ୍ୟାହାର କରାଯାଉ ଏବଂ କୌଣସି ଆଳରେ ବର୍ଦ୍ଧିତ ଦରକୁ ଅଯଥା ଲୋକଙ୍କ ଉପରେ ଲଦି ଦିଆନଯାଉ ।

Recent Post

Live Cricket Update