ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଭିଡିଓ କନ୍‌ଫରେନସିଂ କ୍ୟାବିନ୍ ଏବଂ ଇ – ସେବା କେନ୍ଦ୍ରର ଶୁଭାରମ୍ଭ 

ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଭିଡିଓ କନ୍‌ଫରେନସିଂ କ୍ୟାବିନ୍ ଏବଂ ଇ – ସେବା କେନ୍ଦ୍ରର ଶୁଭାରମ୍ଭ 

 

ଜେ ବି ଏନ, ୦୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ଡ . ଏସ୍ ମୁରଲୀଧର ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା କୋର୍ଟ ପରିସରରେ ଭିଡିଓ କନ୍‌ଫରେନସିଂ କ୍ୟାବିନ୍ ଏବଂ ପାଲଲହଡା ଏସ୍ ଡି ଜି ଏମ୍ କୋର୍ଟ ଠାରେ ଇ- ସେବା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଏହି ଶୁଭାରମ୍ଭ ସମୟରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ମାନ୍ୟବର ଶ୍ରୀ ଶତ୍ରୁଘ୍ନ ପୂଜାରୀ , ଡ . ବିଦ୍ୟୁତ୍ ରଂଜନ ଷଡଙ୍ଗୀ , ଶ୍ରୀ ସଂଜିବ କୁମାର ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥ ଭାବରେ ଉପସ୍ଥିତ ଥିଲେ । ଏହା ମାଧ୍ୟମରେ ଆଇନଜୀବୀ ଓ ଜନସାଧାରଣ ଅନଲାଇନ ପେମେଣ୍ଟ ଓ ଇ – ଫାଇଲିଂ ସୁବିଧାରେ କରିପାରିବେ । ସାଂପ୍ରତିକ କରୋନା ପରିସ୍ଥିତିରେ ଘରେ ବସି ରାଜ୍ୟର ଯେ କୌଣସି କୋର୍ଟରେ କେସ୍ ଆବେଦନ କରିବା ନିମନ୍ତେ ଏହା ସହାୟକ ହେବ ବୋଲି ମୁଖ୍ୟ ଅତିଥି

ପ୍ରକାଶ କରିଥିଲେ । ଅନ୍ୟମାନଂକ ମଧ୍ୟରେ ଜିଲ୍ଲା ସେସନ୍ ଜଜ୍ ଶ୍ରୀ ଅନନ୍ତ କୁମାର ଦାସ , ଏ ଡି ଜି ତଥା ସ୍ପେଶାଲ ଜଜ୍ ( ଭିଜିଲାନସ ) ଶ୍ରୀ ସୌମେନ୍ଦ୍ର ରାଜଗୁରୁ , ବିଚାରପତି ଶ୍ରୀମତୀ ରଶ୍ମିତା ଦଳେଇ , ବିଚାରପତି ଶ୍ରୀ ପ୍ରଭାକର ଗଣ୍ଠିଆ , ଏ ଡିଜେ ଶ୍ରୀ ଅଗସ୍ତି କୁମାର ସାହୁ , ଏ ଡି ଜେ ଶ୍ରୀ ସୌମ୍ୟକ ପାତ୍ର , ସି ଜି ଏମ୍ ଶ୍ରୀ ବାସୁଦେବ ପାତ୍ର , ରେଜିଷ୍ଟାର ପଟ୍ଟନାୟକ , ସିନିୟର ସିଭିଲ ଜଜ୍ ଶ୍ରୀମତୀ ଲୋପାମୁଦ୍ରା ମଲ, ଶ୍ରୀମତୀ ଶୁଭଲକ୍ଷ୍ମୀ ପାତ୍ର , ସୁଶ୍ରୀ ସଂଗୀତା ସାହୁ , ଏସ୍ ଡି ଜି ଏମ୍ ଶ୍ରୀ ଏ କେ ପରିଛା , ଶ୍ରୀମତୀ ସୋହାନି ପଟ୍ଟନାୟକ , ଶ୍ରୀ ତାରିଣୀ ପ୍ରସାଦ ସାହୁ , ଶ୍ରୀ ସୁମନ କୁମାର ଆଚାର୍ଯ୍ୟ , ବାର ଆସୋସିଏସନର ସଭାପତି ଶ୍ରୀ ଦିଲ୍ଲିପ କୁମାର ସାହୁ , ସମ୍ପାଦକ ଶ୍ରୀ ସୋମନାଥ ରାଉତ ଓ ସଦସ୍ୟମାନେ ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ ।

Recent Post

Live Cricket Update