ମେନକା ସାଜିଛନ୍ତି ପ୍ରେରଣାର ଉତ୍ସ 

ମେନକା ସାଜିଛନ୍ତି ପ୍ରେରଣାର ଉତ୍ସ 

 

ମେନକା ପ୍ରଧାନ

ଜେ ବି ଏନ, ୦୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଶ୍ରୀମତୀ ମେନକା ପ୍ରଧାନ ଜଣେ ସଫଳ ଉଦ୍ୟୋଗୀ ହେବା ସହ ୨୦୧୦ ମସିହାରୁ ତାଙ୍କ ଭିନ୍ନକ୍ଷମ ସ୍ବାମୀ ତଥା ପରିବାରର ଭରଣ ପୋଷଣ ଦାୟିତ୍ବ ବହନ କରିଛନ୍ତି । ବେଡାଶାସନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ମା ସନ୍ତୋଷୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ମେନକା ବାଉଁଶ ହସ୍ତଶିଳ୍ପରେ ନିଜେ ପାରଦର୍ଶିତା ଲାଭ କରି ମାସିକ ୬ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସି.ଇ.ଏଫ୍ ଫଣ୍ଡରୁ ୩୦ହଜାର ଟଙ୍କାର ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିବା ମେନକା ଏବେ ବାର୍ଷିକ ୭୨ହଜାର ଟଙ୍କାର ବ୍ୟବସାୟ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେ ନିଜକୁ ସଫଳ କାରିଗର ଭାବେ ପ୍ରତିଷ୍ଠିତ କରି ନିଜର ଉତ୍ପାଦିତ ଦ୍ରବ୍ୟ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ପ୍ରଦର୍ଶନୀ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ମେଳାରେ ପ୍ରଦର୍ଶିତ କରି ପାରୁଛନ୍ତି । ଉପାନ୍ତ ଗ୍ରାମର ମେନକା ନିଜ ଘରେ ବସି ନିଜେ ସ୍ବାବଲମ୍ବୀ ହେବା ସହିତ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଗ୍ରାମାଂଚଳର ମହିଳାମାନଂକୁ ଆଗାମୀ ଦିନରେ ସେ ନିଶ୍ଚିତ ଉତ୍ସାହିତ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

Recent Post

Live Cricket Update