ଡାକ୍ତର ଦିବାକର ନାଥ ଶର୍ମା ସ୍କୁତି ସଂସଦ ପକ୍ଷରୁ ସପ୍ତମ ବାର୍ଷିକ ତିରୋଧାନ ଦିବସ ଓ ସ୍କୁତି ସଭା ପାଳନ କରାଯାଇଛି 

ଡାକ୍ତର ଦିବାକର ନାଥ ଶର୍ମା ସ୍କୁତି ସଂସଦ ପକ୍ଷରୁ ସପ୍ତମ ବାର୍ଷିକ ତିରୋଧାନ ଦିବସ ଓ ସ୍କୁତି ସଭା ପାଳନ କରାଯାଇଛି 

 

ଜେ ବି ଏନ, ୦୬/୦୪/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ର ନିକଟବର୍ତ୍ତୀ ଆଳିର ‌ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ଵର୍ଗତ ଡାକ୍ତର ଦିବାକର ନାଥ ଶର୍ମା ଙ୍କ ତିରୋଧାନ ଦିବସ ଓ ସ୍କୁତି ସଭା ଆଳି ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କଟକ ଜିଲ୍ଲାର ବାରବାଟି _ କଟକ ର ବିଧାୟକ ମହମ୍ମଦ ମୋକିମ,ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାମ୍ବାଦିକ ଓ ରାଜନେତା ସତ୍ୟ ପ୍ରକାଶ ନାୟକ, ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ପୃବତନ ମନ୍ତ୍ରୀ ଓ ବିଶିଷ୍ଟ ଗାଳ୍ପିକ ଗଣେଶ୍ଵର ବେହେରା , ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ବରି ଓ ଡେରାବିଶ ର ପୃବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଏବଂ ରାଜନଗର ର ପୃବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଅଂଶୁମାନ ମହାନ୍ତି ଓ ରାଜନେତା ରତିକାନ୍ତ କାନୁନଗୋ ଏବଂ ସ୍ୱର୍ଗତ ଶର୍ମାଙ୍କର ସୁଯୋଗ୍ୟ ସନ୍ତାନ ତଥା ପୃବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ଶେଷରେ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ସଭାପତିତ୍ବ କରିଥିଲେ ପ୍ରମୋଦ କୁମାର ମଲ୍ଲିକ ଓ ବେଦପାଠ ମାଧ୍ୟମରେ ସଭା ଟିକୁ ଆରମ୍ଭ କରିଥିଲେ ପଣ୍ଡିତ ମହେଶ୍ବର ନନ୍ଦ ।

Recent Post

Live Cricket Update