୧୭ ନ ଜିଲ୍ଲା ପରିଷଦ ଜୋନ ର ବିଜେପି ପ୍ରାର୍ଥୀ ଅଜିତ ପ୍ରଧାନ ଙ୍କ ନାମାଙ୍କନ ପତ୍ର ଦାଖଲ

୧୭ ନ ଜିଲ୍ଲା ପରିଷଦ ଜୋନ ର ବିଜେପି ପ୍ରାର୍ଥୀ ଅଜିତ ପ୍ରଧାନ ଙ୍କ ନାମାଙ୍କନ ପତ୍ର ଦାଖଲ

 

ଜେ ବି ଏନ, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୁଳ :ତା୦୫/୦୬:୦୪:୨୦୨୧, :ଅନୁଗୁଳ ଜିଲ୍ଲାର ୧୭ ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ପାଇଁ ଉପ ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ବାଲିପଟା ର ସମିତି ସଦସ୍ୟ ଅଜିତ କୁମାର ପ୍ରଧାନ ନାମାଙ୍କନ ପତ୍ର ଅନୁଗୁଳ ଉପ ଜିଲ୍ଲାପାଳ ଙ୍କ ନିକଟରେ ଦାଖଲ କରିଛନ୍ତି।ସୋମବାର ପୂର୍ବାହ୍ନରେ ଅନୁଗୁଳ ର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କାର୍ଯ୍ୟକର୍ତା ଙ୍କ ଗହଣରେ ଅନୁଗୁଳ ମାର୍କେଟ ପରିକ୍ରମା କରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଶ୍ରୀ ପ୍ରଧାନ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ବିଜେପି ର ବରିଷ୍ଠ ନେତା ତଥା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦୀପ ଗଡ଼ନାୟକ, ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ମହିଳା ମୋର୍ଚା ର ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, କଣିହାଁ ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ,ବରିଷ୍ଠ ନେତା ଚନ୍ଦନ ସ୍ୱରାଜ ,ଚୌଧୁରୀ ପ୍ରଧାନ, ଚିତ୍ତରଞ୍ଜନ ମେହେର, ରତ୍ନାକର ପ୍ରଧାନ, ସଂଘମିତ୍ରା ପ୍ରଧାନ, ନମିତା ଦଳବେହେରା, ରୋଜାଲିନ ଦାସ,ସରିତା ମିଶ୍ର, ସୁଜାତା ଦାସ, ସୋମନାଥ ରାଉତ ,ଜିଲ୍ଲା ମିଡ଼ିଆସେଲ କୋଡ଼ିନେଟର ପର୍ଶୁରାମ ବାରିକ ଙ୍କ ସମେତ ବିଭିନ୍ନ ମଣ୍ଡଳରୁ ପଦାଧିକାରୀ, ବିଶେଷ ଭାବେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଏବଂ ସତର ନମ୍ବର ଜରପଡା ଜୋନ ରୁ ଶହ ସଂଖ୍ୟାରେ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ।

Recent Post

Live Cricket Update