ବିଦ୍ୟାଳୟ ରେ ପୋଷାକ ବଣ୍ଟନ

ବିଦ୍ୟାଳୟ ରେ ପୋଷାକ ବଣ୍ଟନ

(ଜେ ବି ଏନ /ସୁବ୍ରତ କୁମାର) ୦୬/୦୪ /୨୦୨୧ ଢେଙ୍କାନାଳ : ସମଗ୍ର ଶିକ୍ଷା ମାଧ୍ୟମରେ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଦୁଇ ହଳ ଲେଖାଏଁ ପୋଷାକ ଦୁଇ ଶହ ଅଡଷଠିଜଣ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଦିଆଯାଇଛି।

ଏହି ସଭାରେ ସମ୍ମାନିତ ଅତିଥି ଭାବେ ପରିଚାଳନା ପରିଷଦ ସଭାପତି ବଂଶୀଧର ସାହୁ, ମୋ ସ୍କୁଲ ଅଭିଯାନ ସଭାପତି ହିମାଂଶୁ ଶେଖର ପୋଥାଳ, ଉପସ୍ଥିତ ହୋଇ ପୋଷାକ ବଣ୍ଟନ କରିଛନ୍ତି। କାର୍ଯ୍ୟ କ୍ରମରେ ଶିକ୍ଷକ ବିମଳ କିଶୋର ବିହାରୀ ଅଜିତ କୁମାର ରାଉତ ଶିକ୍ଷୟିତ୍ରୀ ଚଞ୍ଚଳା କୂମାରୀ ସାହୁ ହିରଣ୍ଯମୟୀ ପଣ୍ଡା ସର୍ମିଷ୍ଠା ବେହେରା ସସ୍ମିତା ମହାନ୍ତି ଓ ମଧୁମିତା ପ୍ରଧାନ ସହଯୋଗ କରିଥିଲେ।ପରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଟ୍ଓମୋଜା ବଣ୍ଟନ କରାଯିବ।

Recent Post

Live Cricket Update