ଉଜ୍ଜ୍ୱଳପଲ୍ଲୀରେ ମା ସନ୍ତୋଷୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ଉଜ୍ଜ୍ୱଳପଲ୍ଲୀରେ ମା ସନ୍ତୋଷୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୦୬.୦୪.୨୦୨୧) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଏସ୍. ଛଚିନା ପଞ୍ଚାୟତ ର ଉଜ୍ଜ୍ୱଳପଲ୍ଲୀ ଠାରେ ମା ସନ୍ତୋଷୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ୍ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ତଥା କୋଦଳାର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ବିଶ୍ଵାଳ , ଏସ୍. ଛଚିନା ପଞ୍ଚାୟତ ସମିତିସଭ୍ୟା ଙ୍କ ପ୍ରତିନିଧି ଚରଣ ନାୟକ, ବୁରୁଝୁରି ପଞ୍ଚାୟତ ସମିତିସଭ୍ୟ ବିନାୟକ ନାୟକ, ସୁରେନ୍ଦ୍ର ପରିଡା, ଦୀପକ କୁମାର ନାୟକ, ତୋଫାନ ପାଣ୍ଡିଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । ଉଦଘାଟନୀ ମ୍ୟାଚରେ କୁମାରିପାରି ଓ ପୁସ୍ତପୁର ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ପୁସ୍ତପୁର ପ୍ରଥମେ ବ୍ୟାଟିଂ କରି ୫ ୱକେଟ ହରାଇ ୧୫୨ ରନ୍ ସଂଗ୍ରହ କରିଥିବା ବେଳେ କୁମାରିପାରି ନିର୍ଣ୍ଣାୟକ ଓଭରରେ ୮ୱକେଟରେ ୧୦୨ ରନ ସଂଗ୍ରହ କରିଥିଲା । ଫଳରେ ୫୦ ରନରେ ପୁସ୍ତପୁର ବିଜୟ ଲାଭ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିବା ଜଣାପଡିଛି । ମାଧବ ଗୌଡ଼,ସୁନୀଲ ସେଠି , ସନ୍ତୋଷ ଦାସଙ୍କ ସମେତ ଅନ୍ୟମାନେ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

Recent Post

Live Cricket Update