ଚନ୍ଦନପୁର ପଞ୍ଚାୟତ ଉପନିର୍ବାଚନ, ସୁନିତା ସାହୁ ନିର୍ଦ୍ଦ୍ୱନ୍ଦରେ ସମିତିସଭ୍ୟା ଭାବେ ନିର୍ବାଚିତ 

ଚନ୍ଦନପୁର ପଞ୍ଚାୟତ ଉପନିର୍ବାଚନ, ସୁନିତା ସାହୁ ନିର୍ଦ୍ଦ୍ୱନ୍ଦରେ ସମିତିସଭ୍ୟା ଭାବେ ନିର୍ବାଚିତ 

 

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୦୬.୦୪.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚନ୍ଦନପୁର ପଞ୍ଚାୟତ ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ସୁନିତା ସାହୁ ନିର୍ଦ୍ଦ୍ୱନ୍ଦରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ସମିତିସଭ୍ୟ ସ୍ବର୍ଗତ ସୁବଳ ସାହୁଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ସମିତିସଭ୍ୟ ପଦବୀ ଲାଗି ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ଥିବା ବେଳେ ଆଜି ତାଙ୍କର ପ୍ରତିଦ୍ୱନ୍ଦୀ କୁନା ସ୍ବାଇଁଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବିଡ଼ିଓ ବେଦବର ପ୍ରଧାନ ସୂଚନା ଦେଇଛନ୍ତି । ଏପ୍ରିଲ ୨୮ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ କିନ୍ତୁ ଆଜି ଜଣଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଯିବା ପରେ ସୁନିତା ସାହୁ ନିର୍ଦ୍ଦ୍ୱନ୍ଦରେ ରେ ନିର୍ବାଚିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ବେଗୁନିଆପଡା ବିଡିଓ ବେଦବର ପ୍ରଧାନ । ପ୍ରକାଶ ଥାଉ କି ସୁନିତା ସାହୁ ହେଉଛନ୍ତି ଚନ୍ଦନପୁର ପଞ୍ଚାୟତ ର ପୂର୍ବତନ ସମିତିସଭ୍ଯ ସ୍ଵର୍ଗତ ସୁବଳ ସାହୁ ଙ୍କ ଧର୍ମପତ୍ନୀ ।

Recent Post

Live Cricket Update